Home national news oriya ଅଖିଳ ଭାରତୀୟ ଭାଇଚାରା ସଂଘ ପକ୍ଷରୁ ମାଗଣା ପୋଷାକ ବଂଟନ

ଅଖିଳ ଭାରତୀୟ ଭାଇଚାରା ସଂଘ ପକ୍ଷରୁ ମାଗଣା ପୋଷାକ ବଂଟନ

6
0

Source :- ODIA PUA

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅପର୍ତୀବିନ୍ଧା ସ୍ଥିତ ହଜାରୀ ନଗରରେ ଅଖିଳ ଭାରତୀୟ ଭାଇଚାରା ସଙ୍ଘ ଆନୁକୂଲ୍ୟରୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସଙ୍ଘର ସଭାପତି ଶେଖ ବାବୁଜାନ(ଅମୀର)ଙ୍କ ନେତୃତ୍ୱ ରେ ଆରମ୍ଭ ହୋଇଥିଲା । ଏବଂ ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ସମ୍ମାନିତ ଅତିଥି ଭାବେ ବାର ଆସୋସିଏସନ ର ସଦସ୍ୟ ପବନ ଶର୍ମା, ସମାଜସେବୀ ରାଜଲଷ୍ମୀ ମହାପାତ୍ର , ଆଇନଜିବି ଜମିଲ ଅଖତାର ଖାନ, କ୍ରୀଡ଼ାବିତ ବୁଲୁ ମହାନ୍ତି , ଇଂ. ରେଜା-ଏ-ରସୁଲ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ, ବ୍ୟାଗ ଓ ପୁସ୍ତକ ସଂପୂଣ୍ଣ ମାଗଣାରେ ବଂଟନ କରାଯାଇଥିଲା । ପରିଚାଳିତ ଅଖିଳ ଭାରତୀୟ ଭାଇଚାରା ସଙ୍ଘରୁ ୪୮୦ ପିଲାଙ୍କୁ ମାଗଣା କମ୍ପୁଟର ଶିକ୍ଷାଦାନ ଦିଆଯାଉଛି ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୯୦ ପିଲା ମାଗଣାରେ ପଢୁଛନ୍ତି ଏବଂ ଏଥିରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାସିକ ଦରମା ନ ନେଇ ମାଗଣାରେ ଶିକ୍ଷା ଦେଉଛନ୍ତି । ଅଫସାନା ଖାତୁନ, ନସିମୁଦ୍ଦିନ କାଦରୀ, ସନ୍ତୋଷ କୁମାର ଲେଙ୍କା, ରିଜ଼ୱାନା ପରୱେନ , ଯାହେଦା କାଦରୀ ଓ ସୈନାରା ଖାତୁନ ଶିକ୍ଷାଦାନରେ ରହିଛନ୍ତି ଓ ଅଖିଳ ଭାରତୀୟ ଭାଇଚାରା ସଙ୍ଘ ୨୦୧୭ ମସିହାରୁ ଆରମ୍ଭ ହୋଇ ଅନେକ ଗୁଡିଏ ଜନମଙ୍ଗଳ କାର୍ଯ୍ୟକ୍ରମ କରି ସଫଳତା ସହିତ ସମ୍ପାଦନ କରି ଭଦ୍ରକ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଉଚ୍ଚ ପ୍ରଶଂସା ପାଇଛନ୍ତି ଏବଂ ଏହି ବ୍ରାଂଚ ର ଶାଖା ବିଷ୍ଣୁପୁର , ଗୁଜି ଦରଡା, ସିରାପୁର, ଗୋବିନ୍ଦପୁର, ଅଗରପଡା , ଧନାଟୋଲା ଓ ଅଲିନଗର ଠାରେ ରହିଛି । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ମଧ୍ୟ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଘ ର ସମସ୍ତ ସଦସ୍ୟ ନମିତା ବେହେରା , ହରପ୍ରିୟା ରାଉତ, ହମିଜୁଲ୍ଲା ରହେମାନ, ନିଜାମୁଦ୍ଦିନ, ସରିଫ ଅଲି, ଜାହୀଦ, ନସୀମ ଖାନ, ଗୁଲଜାର ଖାନ, ମୁର୍ତୁଜା ଖାନ, ଶେଖ ସାକିବ ଓ ଟିଂକୁ ଖାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

SOURCE: ODIA PUA