Source :- ODIA PUA

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡା ପୁରାତନ ଡାକ ଘରଟି ନାନା ଅବ୍ୟବସ୍ଥା ମଧ୍ୟରେ ଚାଲୁଛି । ଏହି ଡାକ ଘର ଅଧିନରେ ଅଣିଜୋ, ସନ୍ଦାଡୋ, ବର୍ତ୍ତନା,ବଡ ନୂଆଗାଁ, ହରିପୁର, ରଟିଣା, ମହାନ୍ତିପଡା, ଗୋପିନାଥପୁର ଉପ-ଡାକଘର କାର୍ଯ୍ୟ କରୁଛି । ଏହି ଡାକ ଘର ଉପରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ସୋସୋ ,କାନପୁର, ଭଦ୍ରକ ଜିଲ୍ଲାର ଆଡିଆ,ନୂଆପୋଖରୀ ଅଞ୍ଚଳର ଲୋକେ ଜମାଖାତା ଖୋଲିଛନ୍ତି । ଏହି ଡାକ ଘର ଅଧିନରେ ବାର୍ଷିକ ଏକ କୋଟିରୁ ଉର୍ଦ୍ଧ ଟଙ୍କାର କାରବାର ହେଉଥୁବା ବେଳେ ଜଣେ ପୋଷ୍ଟ ମାଷ୍ଟର ଏବଂ ଜଣେ କିରାଣୀଙ୍କୁ ନେଇ ଏହା କଷ୍ଟ ମଷ୍ଟେ ଚାଲିଛି । କର୍ମଚାରୀ ଅଭାବ ସାଙ୍ଗକୁ ଅଧିକ ଉପଭୋକ୍ତା ଙ୍କ ଯୋଗୁ ଏଠାକୁ ଆସୁଥୁବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ପ୍ରତ୍ୟେକ ଦିନ ଜମାଖାତା ଖୋଲିବା ଏବଂ କଲେକ୍ସନ କରିବାରେ ଅନେକ ବାଧା ସୃଷ୍ଟି ହେଉଛି । କର୍ମଚାରୀ ଅଭାବ ସାଙ୍ଗକୁ କାର୍ଯ୍ୟଭାର ଅଧିକ ଯୋଗୁ ଦୂର ଦୂରାନ୍ତରୁ ଆସୁଥୁବା ଉପଭୋକ୍ତା ମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ଉପରୋକ୍ତ ସମସ୍ୟାକୁ ଦୂର କରିବାକୁ ହେଲେ ଜଣେ କର୍ମଚାରୀ ଓ ଅଭିଜ୍ଞ ସମ୍ମନ୍ନ କମ୍ପ୍ୟୁଟର ଅପରେଟର ଆବଶ୍ୟକ । ଏଥିପ୍ରତି ଡାକ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଉପଭୋକ୍ତ ମହଲରେ ଦାବି ହୋଇଛି ।

SOURCE: ODIA PUA