Home national news oriya ଋଣଭାର ଓ ବନ୍ୟା କ୍ଷତି ,ଧୂଷୁରୀରେ ଚାଷୀଙ୍କ ଚରମ ପଦକ୍ଷେପ, ଗଛରେ ଝୁଲୁଛି ମୃତଦେହ

ଋଣଭାର ଓ ବନ୍ୟା କ୍ଷତି ,ଧୂଷୁରୀରେ ଚାଷୀଙ୍କ ଚରମ ପଦକ୍ଷେପ, ଗଛରେ ଝୁଲୁଛି ମୃତଦେହ

5
0

Source :- ODIA PUA

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରକୃତିର କରାଳ ରୂପ ଏବଂ ବର୍ଦ୍ଧିତ ଋଣଭାର ବୋଝ ସହି ନପାରି ଶେଷରେ ଜୀବନ ହାରିଛନ୍ତି ଜଣେ ଦିଗହରା ଚାଷୀ। ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧୀନ ସାହସପୁର ପଂଚାୟତର ଲୁହସାହି ଗ୍ରାମରେ ଏପରି ଏକ ମର୍ମନ୍ତୁଦ ତଥା ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ଜମିରେ ଧାନ ଚାଷ କରି ସର୍ବସ୍ୱ ହରାଇଥିବା ପ୍ରଭାକର ବେହୁରିଆ (୫୦) ନାମକ ଜଣେ ଚାଷୀ ଗଛରେ ରଶ୍ମି ଲଗାଇ ଆତ୍ମହତ୍ୟା କରିଛନ୍ତି।ସୂଚନା ସୁଚନା ଥାଉକି ପ୍ରଭାକର ଚଳିତ ବର୍ଷ ଧାର କରଜ କରି ବ୍ୟାପକ ଆଶା ନେଇ ଧାନ ଚାଷ କରିଥିଲେ। ମାତ୍ର ଅତ୍ୟଧିକ ବନ୍ୟା ପାଣି ତାଙ୍କର ସମସ୍ତ ସ୍ୱପ୍ନକୁ ଧୋଇ ନେଇଥିଲା। ବନ୍ୟାରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ପରେ ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ଫସଲ ଗଲା ପରେ ଲକ୍ଷାଧିକ ଟଙ୍କାର ଋଣ କିପରି ପରିଶୋଧ କରିବେ ଏବଂ ପରିବାର କିପରି ଚଳିବ, ସେହି ଚିନ୍ତାରେ ସେ ଗଭୀର ମାନସିକ ଅବସାଦ ଗ୍ରସ୍ତ ହୋଇପଡ଼ିଥିଲେ। ଶେଷରେ ଏହି ଚାପକୁ ସହ୍ୟ କରିନପାରି ସେ ଏଭଳି ଚରମ ନିଷ୍ପତି ନେଇଥିବା ଅଂଚଳରେ ଚର୍ଚ୍ଚା ହେଉଛି।ଘଟଣା ସମ୍ପର୍କରେ ଖବର ପାଇବା ପରେ ଧୂଷୁରୀ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଜଣେ ଚାଷୀଙ୍କ ଏପରି ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

SOURCE: ODIA PUA