Source :- ODIA PUA
ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ଥିତ ରାଜ୍ୟର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ୍.ବି.ଡ଼ି. ଇଂଟରନ୍ୟାସ୍ନାଲ ସ୍କୁଲର ଦୁଇ ଦିନ ବ୍ୟାପୀ ବାର୍ଷିକ ଉତ୍ସବ ‘ସପ୍ତରଂଗ’ ଆଜି ସ୍କୁଲ ପରିସରରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଭଦ୍ରକ ଜିଲ୍ଲାପାଳ ଦିଲୀପ୍ ରାଉତରାୟ, ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱ ବିଦ୍ୟାଳୟର ପ୍ରୋଜେକ୍ଟ ଡ଼ାଇରେକ୍ଟର ପ୍ରଫେସର ସରୋଜ ଦାଶ ଯଥାକ୍ରମେ ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ବିଦ୍ୟାଳୟର ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦିକ୍ଷିତ୍, ଚେୟାରମ୍ୟାନ୍ ଦେବାଶିଷ ଦିକ୍ଷିତ୍, ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ଏମ୍.ଡ଼ି. ବିଦ୍ୟାଧର ଅଗସ୍ତି, ମାର୍ଗଦର୍ଶକ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ଏବଂ ଦେବେନ୍ଦ୍ର ଶତପଥୀ, ଡ଼ଃ. କଳ୍ପତରୁ ସାହୁ, ଅଧ୍ୟକ୍ଷ, ଏସ୍.ବି.ଡ଼ି ଇଂଟରନ୍ୟାସ୍ନାଲ ସ୍କୁଲ୍, ଯାଜପୁର, ବିଶିଷ୍ଟ ଶିକ୍ଷାବିତ୍ ବିପିନ ବିହାରୀ କର, ମାଡ଼ାମ୍ ଚେୟାରମ୍ୟାନ୍ ଆଶାବରୀ କର, ମାଡ଼ାମ୍ ଏମ୍.ଡ଼ି. ବନ୍ଦିତା ଦିକ୍ଷିତ୍ ଏବଂ ରାମେଶ୍ୱର ଟ୍ରଷ୍ଟ୍ର ସମ୍ମାନନୀୟ ସଦସ୍ୟଗଣଙ୍କ ଗହଣରେ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ରୀ ଦିକ୍ଷିତ୍ ଅତିଥିଗଣଙ୍କର ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ସମ୍ଭାଷଣରେ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ଦର୍ଶକଗଣକୁ ଅବଗତ କରାଇଥିଲେ। ବିଦ୍ୟାଳୟର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଶ୍ରୀ ଦେବତା ବାର୍ଷିକ ବିବରଣୀ ପାଠ କରିବା ସହ ଗୁଣାତ୍ମକ ଶିକ୍ଷାର ପ୍ରସାର କ୍ଷେତ୍ରରେ ଉକ୍ତ ବିଦ୍ୟାଳୟ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିବ ବୋଲି ପ୍ରତିଶୃତି ଦେଇଥିଲେ। ମାର୍ଗଦର୍ଶକ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ନିଜସ୍ୱ ଅଭିଭାଷଣରେ ଛାତ୍ରଛାତ୍ରୀଗଣଙ୍କୁ କଠିନ ପରିଶ୍ରମ କରିବା ପାଇଁ ଉପଦେଶ ଦେବା ସହ ଦେଶସେବାରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀଯ ରାଉତରାୟ ଅନୁଷ୍ଠାନର ବଳିଷ୍ଠ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଗଣଙ୍କୁ ଜଣେଜଣେ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ଦାଶ ଗୁଣାତ୍ମକ ଶିକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ରେଖାପାତ କରିବା ସହ ଏହି ଅନୁଷ୍ଠାନର ଉତରୋତର ଉନ୍ନତି କାମନା କରିଥିଲେ। ଏହି ଅବସରରେ ଜେ.ଡ଼ି.ଏମ୍. ଟ୍ୟାଲେଂଟ ସର୍ଚ୍ଚର ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବିଜୟଲାଭ କରିଥିବା କୃତୀ ଛାତ୍ରଛାତ୍ରୀଗଣଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ବ୍ୟତୀତ ବିଭିନ୍ନ ରାଜ୍ୟସ୍ତରୀୟ ଏବଂ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ଅର୍ଜନ କରିଥିବା ବିଦ୍ୟାଳୟର ଛାତଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା। ପରେ ଅନୁଷ୍ଠାନର ଛାତଛାତ୍ରୀଙ୍କ ଦ୍ୱାରା ରଂଗାରଂଗ ତଥା ମନ୍ତ୍ରମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଷ କରାଯାଇଥିଲା। ସର୍ବଶେଷରେ ସିନିୟର୍ ସେକେଣ୍ଡାରୀ ବିଭାଗର ସଂଯୋଜକ କିନ୍ସୁକ୍ ଭଟ୍ଟାଚାର୍ଯ୍ୟ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
SOURCE: ODIA PUA