Source :- ODIA PUA
ଭଦ୍ରକ, ୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଗ୍ରାମ୍ୟଉନ୍ନୟନ ବିଭାଗ ଅଧୀନରେ ଥିବା ମଙ୍ଗରାଜପୁର -ଈଶ୍ୱରପୁର ରାସ୍ତାର କାଁପଡ଼ା ଠାରୁ ଈଶ୍ୱରପୁର ପର୍ଯ୍ୟନ୍ତ ରାସ୍ତା ବିପଦ ସଂକୁକ ହୋଇପଡ଼ିଛି ି। ବନ୍ୟା ସ୍ରୋତରେ ରାସ୍ତା ଧୋଇଦେଇଛି ି। ଯାହାଫଳରେ ରାସ୍ତାଟି ଯାତାୟତ ପାଇଁ ସମ୍ପୂର୍ଣ୍ଣ ରୂପେ ଅନୁପୋଯୋଗୀ ହେବାସହ ବିପଦ ସଂକୁଳ ହୋଇପଡ଼ିଛି। ତେବେ ପୂର୍ବତନ ମନ୍ତ୍ରୀ ନେତ୍ରାନନ୍ଦ ମଲିକ, ଯୁବନେତା ଆଶିଷ ମଲିକ, ସୁଧାକର ଦାସ ପ୍ରମୁଖ ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ରାସ୍ତା ମରାମତି ଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେି। ବିଭାଗୀୟ ଏସଡ଼ିଓ ଅମୀୟ କୁମାର ପତି ମଙ୍ଗଳବାର ସେହି ରାସ୍ତାକୁ ଯାଇ କ୍ଷେତ୍ରିୟ ଅନୁଧ୍ୟାନ କରିଥିବା ଜଣାଯାଇଛି ି। ମଙ୍ଗରାଜପୁର – ଈଶ୍ୱରପୁର ରାସ୍ତା ତିହିଡି଼ ବ୍ଲକର ଅନ୍ୟ ରାସ୍ତା ଠାରୁ ଅଧିକ ଗୁରୁତ୍ୱ ବହନ କରେ ି। ବ୍ଲକର ଶ୍ୟାମସୁନ୍ଦରପୁର ପଞ୍ଚାୟତ ସହିତ ଧାମନଗର ବ୍ଲକକୁ ଏହି ରାସ୍ତା ସଂଯୋଗ କରୁଛି ି। ଏହାଛଡ଼ା ପ୍ରସିଦ୍ଧ ଶୈବପୀଠ ଆରଡ଼ିସ୍ଥିତ ଆଖଣ୍ଡଳମଣି ଏବଂ ପର୍ଯ୍ୟଟନ ସ୍ଥଳ ମା ଦପା ନାୟକାଣୀ ପୀଠକୁ ତିହିଡି଼ ବ୍ଲକର ବିଭିନ୍ନ ଅଞ୍ଚଳର ଲୋକମାନେ ଏହି ରାସ୍ତାରେ ଯାଇଥାନ୍ତି ି। ତେବେ ବନ୍ୟା ଯୋଗୁଁ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସମସ୍ତ ଗ୍ରାମ ଜଳମଗ୍ନ ହୋଇଥିଲା ି। କାଁପଡ଼ା -ଈଶ୍ୱରପୁର ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହୋଇଥିଲା ି। ପାଣି ସ୍ରୋତର ମାଡ଼ରେ ରାସ୍ତାର ବିଭିନ୍ନ ସ୍ଥାନ ଧୋଇଯିବା ସହ ରାସ୍ତାର ବିଭିନ୍ନ ସ୍ଥାନରେ ପୋଖରୀ ସଦୃଶ ସୃଷ୍ଟି ହୋଇଛି ି। ବନ୍ୟାର ପ୍ରକୋପ କମି ଯାଇଥିଲେ ମଧ୍ୟ ଯାତାୟତ ପାଇଁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତିି। ରାସ୍ତାର ଏହି ଦୂରବସ୍ଥା ଯୋଗୁଁ ଜରୁରୀକାଳୀନ କୌଣସି କାର୍ଯ୍ୟ ତୁଲାଇବା ସମ୍ଭବ ହୋଇ ପାରୁନାହିଁ ି। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ରାସ୍ତା ମରାମତି ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ି।
SOURCE: ODIA PUA




