Home national news oriya ଗୋଡ ଭାଙ୍ଗିବା ପରେ ଯନ୍ତ୍ରଣାରେ ଜ୍ୟୋସ୍ନାରାଣୀ, ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଭିିକ୍ଷା

ଗୋଡ ଭାଙ୍ଗିବା ପରେ ଯନ୍ତ୍ରଣାରେ ଜ୍ୟୋସ୍ନାରାଣୀ, ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଭିିକ୍ଷା

7
0

Source :- ODIA PUA

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଚାରିଗାଁ ପଚାଂୟତ ଇଟୁଆ ଗ୍ରାମର ସୁଜିତ୍ ପଣ୍ଡା ଓ ସଂଯୁକ୍ତା ପଣ୍ଡାଙ୍କ କନ୍ୟା ଜ୍ୟୋସ୍ନାରାଣୀ ପଣ୍ଡା(୧୩)ଙ୍କ ୬ ବର୍ଷ ବୟସରେ ସ୍କୁଲ୍ ଯାଉଥିବା ବେଳେ ପଡିଯାଇଥିଲେ । ଏଥିରେ ଜ୍ୟୋସ୍ନାରାଣୀଙ୍କର ବାମ ଗୋଡଟି ଭାଙ୍ଗି ଯାଇଥିଲା । ଗୋଡ ଭାଙ୍ଗିବା ପରେ ବିଭିନ୍ନ ଡାକ୍ତରଖାନାରୁ ନିରାଶ ହୋଇ ଫେରିବା ପରେ ସେତେବେଳର ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଭୁବନେଶ୍ୱର କିମ୍ସରେ ଚିକିତ୍ସିତ ହେବା ପରେ ମାତ୍ର ୩୫ ହଜାର ଟଙ୍କାର ସହାୟତା ମିଳିଥିଲା । ମାତ୍ର ପରବର୍ତୀ ସମୟରେ ଉକ୍ତ କାର୍ଡରେ ଚିକିତ୍ସା ପାଇଁ ଡାକ୍ତର ମନା କରିବା ପରେ ଆପଲୋ,ଏମ୍ସ, କଳିଙ୍ଗ ଓ ପ୍ରଶାନ୍ତି ସାଇ ହସ୍ପିଟାଲ୍‌ରୁ ଚିକିତ୍ସା ସେବା ନପାଇ ଫେରିଥିଲେ । ଇତିମଧ୍ୟରେ ସରକାରଙ୍କ ଠାରୁ ବଦାନ୍ୟ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସାହାଯ୍ୟ ଭିକ୍ଷା ପାଇ ୮ ଗୋଟି ପ୍ଲେଟ୍ ଜ୍ୟୋସ୍ନାରାଣୀଙ୍କ ଗୋଡରେ ଲାଗିଥିଲେ ମଧ୍ୟ କଷ୍ଟ ଲାଘବ ହେଉନାହିଁଁ । ବୟସ ବଢିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ଉଭୟ ଗୋଡରେ ପ୍ଲେଟ୍ ଲାଗିବ । ଏହି ପ୍ଲେଟ୍ ଲଗିଲେ ସେ ଚଲାବୁଲା କରିବା ସହ ଭବିଷ୍ୟତ ପାଇଁ ବିପଦ ରହିବ ନାହିଁଁ ବୋଲି ଡାକ୍ତର କହିଛନ୍ତି । ହେଲେ ଏହି ପ୍ଲେଟ୍ ଲାଗିବା ପାଇଁ ୭୦ ହଜାର ଟଙ୍କାର ଆବଶ୍ୟକତା ରହିଛି । ଯାହା ବାରଭଜା ବିକ୍ରୀ କରି ପରିବାର ପ୍ରତିପୋଷଣ କରୁଥିବା ସୁଜିତଙ୍କ ପକ୍ଷେ ସମ୍ଭବ ପର ନୁହେଁ । ଅନ୍ୟପକ୍ଷରେ ୬ ବର୍ଷ ବୟସରୁ ଜ୍ୟୋସ୍ନାରାଣୀଙ୍କ ଗୋଡ ଭାଙ୍ଗିବା ପରଠାରୁ ଏବେ ସୁଦ୍ଧା ତାଙ୍କର କଷ୍ଟ ଲାଘବ ହୋଇ ପାରିନାହିଁଁ । ବିଦ୍ୟାଳୟକୁ ଯାଇ ପାଠ ପଢିବା ଓ ସାଙ୍ଗ ସାଥୀଙ୍କ ଗହଣରେ ଖେଳ କୁଦ ଛାଡି ଘରେ ଗୋଟିଏ ସ୍ଥାନରେ ବସି ରହୁଛନ୍ତି ସେ । ଘର ଠାରୁ ୩ କି.ମି ଦୂର ବରଦା ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ଅଟନ୍ତି ଜ୍ୟୋସ୍ନାରାଣୀ । ପ୍ରଗାଢ ଆତ୍ମ ବିଶ୍ୱାସ ନେଇ ଭବିଷ୍ୟତ ଗଠନ ଲକ୍ଷ୍ୟରେ ପାଠପଢା ଜାରି ରଖିଥିବା ବେଳେ କେବଳ ପରୀକ୍ଷା ସମୟରେ ପରିବାର ପକ୍ଷରୁ ତାଙ୍କୁ ଗାଡି କରି ବିଦ୍ୟାଳୟକୁ ନିଆଯାଏ । ଜ୍ୟୋସ୍ନାରାଣୀଙ୍କ ଅସ୍ତ୍ରୋପଚାର ସାଙ୍ଗକୁ ପାଠପଢା ବୋଝ ଓ ପରିବାର ଚଳାଇବା ପିତା ମାତାଙ୍କ ପାଇଁ କଷ୍ଟସାଧ୍ୟ ହୋଇଥିବା ବେଳେ ମାନସିକ ସ୍ତରରେ ଆମେ ଭାଙ୍ଗି ପଡିଥିବା କଥା କହନ୍ତି ମାତା ସଂଯୁକ୍ତା ପଣ୍ଡା । ଏକମାତ୍ର ଝିଅର ଯନ୍ତ୍ରଣା ଦୂର ସହ ପାଠ ପଢିବାର ଏକାଗ୍ରତାକୁ ଲକ୍ଷ୍ୟ ରଖି ପରିବାର ପକ୍ଷରୁ ବଦାନ୍ୟ ବ୍ୟକ୍ତି ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତାଙ୍କ ସାହାଯ୍ୟ ଭିକ୍ଷା କରାଯାଇଛି ।

SOURCE: ODIA PUA