Home national news oriya ଚାନ୍ଦବାଲି କଲେଜରେ ଏଆଇଏସଏଫ୍‌ର ୟୁନିଟ୍ ସମ୍ମିଳନୀ,ଛାତ୍ର ଅଧିକାର ଓ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ପାଇଁ ସଂଗଠିତ...

ଚାନ୍ଦବାଲି କଲେଜରେ ଏଆଇଏସଏଫ୍‌ର ୟୁନିଟ୍ ସମ୍ମିଳନୀ,ଛାତ୍ର ଅଧିକାର ଓ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ପାଇଁ ସଂଗଠିତ ଲଢ଼େଇର ଆହ୍ୱାନ

6
0

Source :- ODIA PUA

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସଏଫ୍‌) ପକ୍ଷରୁ ଚାନ୍ଦବାଲି କଲେଜରେ ୟୁନିଟ୍ ସମ୍ମିଳନୀ ଅନୁଷ୍ଠିତ ହୋଇ ନୂତନ କଲେଜ ୟୁନିଟ୍ ଗଠନ କରାଯାଇଛି। ‘ଆମ କ୍ୟାମ୍ପସ, ଆମ ଦାୟିତ୍ୱ’ ଅଭିଯାନକୁ ଆଗେଇ ନେବା ସହ ଛାତ୍ରଛାତ୍ରୀଙ୍କ ଅଧିକାର, କଲେଜର ବିଭିନ୍ନ ସମସ୍ୟା ଓ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ନେଇ ସମ୍ମିଳନୀରେ ବିସ୍ତୃତ ଆଲୋଚନା ହୋଇଥିଲା। ସମ୍ମିଳନୀରେ ଏଆଇଏସଏଫ୍ ଭଦ୍ରକ ଜିଲ୍ଲା ସଭାପତି କମ୍ରେଡ୍ ମନୋରଞ୍ଜନ ରାଉତ ଯୋଗଦେଇ କ୍ୟାମ୍ପସର ସମସ୍ୟା ସମାଧାନ ପାଇଁ ଛାତ୍ରଛାତ୍ରୀଙ୍କ ସକ୍ରିୟ ଭୂମିକା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ଏଥିସହ ଆଗାମୀ ଦିନର କାର୍ଯ୍ୟସୂଚୀ ସମ୍ପର୍କରେ ମଧ୍ୟ ସେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।ସମ୍ମିଳନୀର ମୁଖ୍ୟବକ୍ତା କମ୍ରେଡ୍ ଶୁଭେନ୍ଦୁ ପ୍ରତାପ ବିଶ୍ୱାଳ (ଲକି) ଶିକ୍ଷାର ଘରୋଇକରଣ, ଜାତୀୟ ଶିକ୍ଷା ନୀତି–୨୦୨୦ ଓ ଶିକ୍ଷାର ସାମ୍ପ୍ରଦାୟିକରଣ ପ୍ରସଙ୍ଗରେ ନିଜର ମତ ରଖିଥିଲେ। ଶିକ୍ଷାକୁ ବ୍ୟବସାୟରେ ପରିଣତ କରିବା ପରିବର୍ତେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିକଟରେ ଗୁଣାତ୍ମକ, ସମାନ ଓ ସୁଲଭ ଶିକ୍ଷା ପହଞ୍ଚାଇବା ଆବଶ୍ୟକ ବୋଲି ସେ କହିଥିଲେ।ସମ୍ମିଳନୀରେ ଚାନ୍ଦବାଲି କଲେଜ ଏଆଇଏସଏଫ୍ ୟୁନିଟ୍ର ଅମିତ କୁମାର ପରିଡ଼ା ସଭାପତି, ଚିନ୍ମୟ ବେହେରା ସମ୍ପାଦକ, ସୁଚିତ୍ରା ସାହୁ ଉପସଭାପତି, ସମ୍ବିତ୍ ତରାଇ ସହକାରୀ ସମ୍ପାଦକ ଏବଂ ହେମନ୍ତ ପରିଡ଼ା କୋଷାଧ୍ୟକ୍ଷ ଭାବେ ଚୟନ ହୋଇଥିଲେ।ସମ୍ମିଳନୀରେ ଅନିମା ନାୟକ, ଶୁଭଲକ୍ଷ୍ମୀ ମହାଳିକ, ଶୈଳ ସୂତ୍ର ନାୟକ, ରାଜା ଜାନା, ସ୍ୱର୍ଣ୍ଣମୁଦ୍ରା ପଣ୍ଡା, ଗୌରଙ୍ଗ ଜେନା ଙ୍କ ସହ ବହୁ ଛାତ୍ର ଛାତ୍ରୀ ଯୋଗଦେଇଥିଲେ। ନବନିର୍ବାଚିତ କର୍ମକର୍ତା ଓ ଛାତ୍ର ସାଥୀମାନେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ସମୟରେ ଏଆଇଏସଏଫ୍ର ସ୍ଲୋଗାନରେ ମଧୁବାବୁ ଛକ ପ୍ରକମ୍ପିତ ହୋଇଉଠିଥିଲା।

SOURCE: ODIA PUA