Home national news oriya ଟିକିରା ସ୍କୁଲରେ ଗଣିତ ଓ ବିଜ୍ଞାନ ମେଳା

ଟିକିରା ସ୍କୁଲରେ ଗଣିତ ଓ ବିଜ୍ଞାନ ମେଳା

6
0

Source :- ODIA PUA

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଟିକିରା ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଗଣିତ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ନରାଜପୁର ସାଧନକେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ପଲେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଆୟୋଜିତ ସଭାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବାନନ୍ଦ ନାୟକ ଅଧ୍ୟକ୍ଷତା କରିଥିଲେ । ଏଥିରେ ଗଣିଜାଙ୍ଗ ସାଧନକେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ, ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ନାଇକ, ଗୌରୀଶଙ୍କର ସରୋଜ କୁମାର ଜେନା, ଶିକ୍ଷାବିତ୍ ମିନତୀ ସାମଲ, ସୁମତୀ ମାଝୀ, ପରିଚାଳନା କମିଟି ସଭାପତି ସୁକାନ୍ତ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ ନିମନ୍ତେ ମୂଳଦୁଆ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ଗଦାଧର ଜେନା ଅତିଥି ପରିଚୟ ଓ ଶେଷରେ ଶିକ୍ଷୟିତ୍ରୀ ରଶ୍ମିତା ରଣା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅମରେନ୍ଦ୍ର କୁମାର ଦାଶଙ୍କ ତତ୍ୱାବଧାନରେ ୫୪ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏଥିରେ ବିଚାରକ ଭାବେ ଆଶାମଣି ଉଚ୍ଚ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷକ ସଞ୍ଜୟ କୃଷ୍ଣ ମହାପାତ୍ର ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ଶ୍ରେଷ୍ଠ ପ୍ରକଳ୍ପ ବ୍ଲକ ସ୍ତରକୁ ମନୋନୀତ ହୋଇଛି । ଶିକ୍ଷୟିତ୍ରୀ ପାର୍ବତୀ ସେଠୀ, ଉର୍ମିଳା ପାଣିଗ୍ରାହୀ, ରୁକସାନା ଖାତୁନ, ସବିତା ଦାସ ଓ ଉମେଶ ମହାନ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

SOURCE: ODIA PUA