Home national news oriya ଦ୍ୱିତୀୟଥର ବନ୍ୟାରେ ଜିଲାର ୬ଟି ବ୍ଲକରେ ୭୪ହଜାର ୫୨୧ ଗୃହପାଳିତ ପଶୁ ପ୍ରଭାବିତ

ଦ୍ୱିତୀୟଥର ବନ୍ୟାରେ ଜିଲାର ୬ଟି ବ୍ଲକରେ ୭୪ହଜାର ୫୨୧ ଗୃହପାଳିତ ପଶୁ ପ୍ରଭାବିତ

6
0

Source :- ODIA PUA

ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଦ୍ୱିତୀୟ ଥର ବନ୍ୟାରେ ଜିଲାର ୬ଟି ବ୍ଲକ ରେ ୭୪ହଜାର ୫୨୧ଗୃହ ପାଳିତ ପଶୁ ପ୍ରଭାବିତ ହୋଇଛନ୍ତି।ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ୨୫୫ମାଟ୍ରିକ ଟନ ଗୋଖାଦ୍ୟ ବଂଟନକାର୍ଯ୍ୟ ଜାରି ରହିଛି। ସର୍ବାଧିକ ଧାମନଗର ବ୍ଲକରେ ୨୫ହଜାର ୯୯୦ଗୃହ ପାଳିତ ପଶୁ ପ୍ରଭାବିତ ହୋଇଛନ୍ତି।୨୧ଟି କ୍ୟାମ୍ପ ଜରିଆରେ ୮୦୪ଗୃହ ପାଳିତ ପଶୁଙ୍କୁ ଚକତ୍ସା କରାଯାଇଥିବା ବେଳେ ୧୧୦୦ଙ୍କୁ ଟୀକାକାରଣ କରାଯଇଛି।୮୮.୯୫ମାଟ୍ରିକ ଟନ ଗୋଖାଦ୍ୟ ବଂଟନ କରାଯାଇଛି। ସେହିପରି ଚାନ୍ଦବାଲି ବ୍ଲକରେ ୨୪ହଜାର ୬୪୬ଗୃହ ପାଳିତ ପଶୁ ପ୍ରଭାବିତ ହୋଇଛନ୍ତି।୧୨ଟି କ୍ୟାମ୍ପ ମାଧ୍ୟମରେ ୬୧୦ପଶୁଙ୍କୁ ଚିକିତ୍ସା କରାଯାଇଛି,୮୦୦ ଙ୍କୁ ଟୀକା ଦିଆଯାଇଛି।୭୦ଏମ ଟି ଗୋଖାଦ୍ୟ ବଂଟଯାଇଛି।ତିହିଡିରେ ୧୨୦୨୭ପଶୁ ପ୍ରଭାବିତ ହୋଇଛନ୍ତି।ଏହାମଧ୍ୟରୁ ୧୯୬୦ପଶୁଙ୍କୁ ୩୯ଟି କ୍ୟାମ୍ପ ଜରିଆରେ ଚିକିତ୍ସା କରାଯାଇଛି ୧୩୦୦ଙ୍କୁ ଟୀକା ଦିଆଯାଇଛି ଓ ୪୧.୯୫ଏମ ଟି ଗୋଖାଦ୍ୟ ବଂଟଯାଇଛି।ବାସୁଦେବପୁର ରେ ୩୯୦୭ପଶୁ ପ୍ରଭାବିତ ହୋଇଥିବାବେଳେ ୩୬୦ଙ୍କୁ ଚିକିତ୍ସା ଓ ୭୦୦ଙ୍କୁ ଟୀକା ଦିଆଯାଇଛି।୧୩ଏମ ଟି ଗୋଖାଦ୍ୟ ବଂଟଯାଇଛି।ଭଣ୍ଡାରିପୋଖରୀ ରେ ୧୧୮୨୪ ପଶୁ ସମ୍ପଦ କ୍ଷତିଗ୍ରସ୍ତ ହୋଇଥିବାବେଳେ ୭ଟି କ୍ୟାମ୍ପ ମାଧ୍ୟମରେ ୩୮୪ଙ୍କୁ ଚିକିତ୍ସା ଓ ୧୧୦୦ଙ୍କୁ ଟୀକାକାରଣ କରାଯାଇଛି।୮୮.୯୫ଏମ ଟି ଗୋଖାଦ୍ୟ ବଂଟଯାଇଛି।ଭଦ୍ରକ ବ୍ଲକର ଗୋଟିଏ ପଂଚଯାତରଦୁଇଟି ଗାଁ ରେ ୧୩୭୧ପଶୁ ପ୍ରଭାବିତ ହୋଇଥିବାବେଳେ ୬ଟି କ୍ୟାମ୍ପ ଜରିଆରେ ୩୬୦ପଶୁଙ୍କୁ ଚିକତ୍ସା ୭୦୦ଙ୍କୁ ଟୀକା ପ୍ରଦାନ କରାଯାଇଛି ଓ ୧୩ଏମ ଟି ଗୋଖାଦ୍ୟ ବଂଟଯାଇଥିବାର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳାୟ ପକ୍ଷରୁ ସୂଚନା ଦିଆଯାଇଛି।

SOURCE: ODIA PUA