Source :- ODIA PUA

???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଧାମରା ଅଂଚଳର ଅଗ୍ରଣୀ ସାମାଜିକ ସଂଗଠନ ଦ୍ୱୀବେଦୀ ଫାଉଣ୍ଡେସନ୍ ପକ୍ଷରୁ ରକ୍ତ ଦାନ ଶିବିର ଆଜି ଆଗରପଡା ଥାନା ପରିସରରେ ଆୟୋଜିତ ହୋଇଯାଇଛି । ଫାଉଣ୍ଡେସନ୍ ର ଆବାହକ ଆଗରପଡା ଥାନାଧିକାରୀ ଶ୍ରୀକାନ୍ତ କୁମାର ପତି ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଶିବିରକୁ ବଡ ମହିଷଗୋଠ ସରପଂଚ ବିନୋଦୀନି ମହାନ୍ତି ଉଦ୍‌ଘାଟନ କରିଥିଲେ । ଏଥିରେ କାଦବରାଙ୍ଗର ପୂର୍ବତନ ସରପଂଚ ଭାଗିରଥି ସେଠୀ, ବଡମହିଷଗୋଠର ପୂର୍ବତନ ସରପଂଚ ସତ୍ୟସାଧନ ବେଜ, ରବିନାରାୟଣ ମହାନ୍ତି, ଦୀପକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଉପ-ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା ଶିବିରରେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଏପରି ଏକ ଆୟୋଜନକୁ ଉଚ୍ଚ ପ୍ରଶସାଂ କରିଥିଲେ । ଭଦ୍ରକ ରକ୍ତ ଭଣ୍ଡାରର ଡାକ୍ତର ନିଳିମା ସ୍ୱାଇଁ, ମନିଷା ଜେନା, ମାନସ ପଣ୍ଡା, ସେକ୍ ବୁଦ୍ଧିଆ ରକ୍ତ ସଂଗ୍ରହ କରିଥିଲେ । ଶିବିରରେ ମୋଟ୍ ୬୪ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । କାର୍ଯ୍ୟକ୍ରମକୁ ଦିୱେଦୀ ଫାଉଣ୍ଡେସନର ସଭାପତି କୃଷ୍ଣ ଚନ୍ଦ୍ର ଦ୍ୱିବେଦୀ , ସମ୍ପାଦକ ଶୁଭାଶିଷ ଦ୍ୱିବେଦୀ, ନରେନ୍ଦ୍ର ଲେଙ୍କା, ସରୋଜ ଜେନା, ସଦାଶିବ ଦାସ, ରାଧାକାନ୍ତ ପାଣିଗ୍ରାହୀ, ବିନୟ ସ୍ୱାଇଁ , ସଂଘ ଉପଦେଷ୍ଟା ଗଗନ କୁମାର ସେନ, ଶୁଭଶଙ୍କର ଗୁଡିଆ, ମହାରାଜା ନାୟକ, ସୁରେଶ ପରିଡା, ଗିରିଜା ସିଂ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

SOURCE: ODIA PUA