Source :- ODIA PUA
ଭଦ୍ରକ, ୧୦ ଅକ୍ଟୋବର (ହି.ସ.) -ଭଦ୍ରକ ଜିଲା ଧାମନଗର କଲେଜ ରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସାହ ଦେଖାଦେଇଛି। ଚଳିତ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ୧୧ ଟି ପଦବୀରେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହୋଇଛି। ମୋଟ ୨୩ ଟି ପଦବୀ ପାଇଁ ନିର୍ବାଚନ ହେଉଛି। ଆଜି ଉଭୟ ଏବିଭିପି ଓ ବିସିଜେଡି ଛାତ୍ର ସଙ୍ଗଠନ ପକ୍ଷରୁ ପଟୁଆର ରେ ଜାଇ ଥିଲେ। ଏଥିପାଇଁ ଏବିଭିପି ପକ୍ଷରୁ ୨୩ ଜଣ ଓ ବିସିଜେଡି ପକ୍ଷରୁ ୧୧ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ଏବିଭିପିର ୧୧ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଇତିଶ୍ରୀ ସାମଲଙ୍କ ନାମାଙ୍କନ ଅଧିକ ବୟସ କାରଣରୁ ନାକଚ ହୋଇଥିବା ଜଣାପଡ଼ିଛି।ନିର୍ବାଚିତ ପ୍ରାର୍ଥୀଙ୍କ ମଧ୍ୟରେ ଯୁକ୍ତ ୩ ପ୍ରଥମ ବର୍ଷ କଳାରେ ଲୁସିପ୍ରିୟା ବେହେରା, ଦ୍ୱିତୀୟ ବର୍ଷ କଳାରେ ଜୟଦେବ ଜେନା, ତୃତୀୟ ବର୍ଷ କଳାରେ ବର୍ଷା ପ୍ରିୟଦର୍ଶିନୀ ଜେନା, ପ୍ରଥମ ବର୍ଷ ବିଜ୍ଞାନରେ ଜୀବନଜ୍ୟୋତି ନାୟକ, ଦ୍ୱିତୀୟ ବର୍ଷ ବିଜ୍ଞାନରେ ପୂର୍ଣ୍ଣିମା ବାରିକ, ତୃତୀୟ ବର୍ଷ ବିଜ୍ଞାନରେ ରୁପାଲୀ ସାହୁ, ପ୍ରଥମ ବର୍ଷ ବାଣିଜ୍ୟରେ ରଞ୍ଜନ ଢାଲ ଓ ଦ୍ୱିତୀୟ ବର୍ଷ ବାଣିଜ୍ୟରେ ସୁରଞ୍ଜନ ସାମଲ ଅଛନ୍ତି।ସେହିପରି ଏସଏସଜି ସହସମ୍ପାଦକ ଭାବେ ସୁଭଦ୍ରା ସାମଲ, କମନ୍ ରୁମ୍ ସହସମ୍ପାଦକ ଭାବେ ରାକେଶ ପାଢ଼ୀ ଓ ଡିଏସଏ ସହସମ୍ପାଦକ ଭାବେ ତନ୍ମୟ ତରବିତ ଦାସ ନିର୍ବାଚିତ ହୋଇଛନ୍ତି। ଅବଶିଷ୍ଟ ୧୧ଟି ପଦବୀ ପାଇଁ ଆସନ୍ତା ୧୫ ତାରିଖରେ ମତଦାନ ହେବ। ଏଥିରେ ଏବିଭିପି ଓ ବିସିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବ। ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜୟ କୁମାର ବେଜ୍ଙ୍କ ତତ୍ୱାବଧାନରେ ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ନିର୍ବାଚନ ଅଧିକାରୀ ସରୋଜ ପଣ୍ଡାଙ୍କ ସମେତ ପ୍ରଶାନ୍ତ ପରିଡ଼ା, ଆଶୀର୍ବାଦ ମହାନ୍ତି ଓ ଚିନ୍ମୟୀ ଜେନା ନିର୍ବାଚନ ପରିଚାଳନା ଦାୟିତ୍ୱରେ ଅଛନ୍ତି। ପ୍ରଦୀପ କୁମାର ରାୟ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଉଛନ୍ତି।ସୂଚନାଯୋଗ୍ୟ ଦୀର୍ଘ ୧୨ ବର୍ଷ ବ୍ୟବଧାନ ପରେ ନିର୍ବାଚନ ଫେରିଥିବାରୁ କ୍ୟାମ୍ପସରେ ଛାତ୍ର ରାଜନୀତି ପୁଣି ଚଳଚଞ୍ଚଳ ହୋଇଉଠିଛି। ମହାବିଦ୍ୟାଳୟରେ ଯୁକ୍ତ ୩ ରେ ପ୍ରାୟ ୬୦୦ ଭୋଟର ରହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଧାମନଗର ଥାନାଧିକାରୀଙ୍କ ସମେତ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁ ଉପସ୍ଥିତ ଥିଲେ।ତେବେ ଏହି ନିର୍ବାଚନ ଖୋଦ୍ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ହୋଇ ଥିବାରୁ ଏହା ଏକ ସମ୍ମାନ ଜନକ କଥା ଉଠିଛି। ଏବିଭିପି ଓ ବିସିଜେଡି ଛାତ୍ର ସଙ୍ଗଠନ ସିଧା ସଳଖ ବିଜେପି ଓ ବିଜେଡ଼ି ଏକ ଅଙ୍ଗ ହୋଇ ଥିବାରୁ ଉଭୟ ଦଳ ପକ୍ଷରୁ ଜିତିବା ପାଇଁ ଉଭୟ ଆଶା ବାଦୀ ଅଛନ୍ତି।ବିଜେପି ପକ୍ଷରୁ ମନ୍ତ୍ରୀ ଙ୍କ ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର ଓ ଅଶୋକ କୁମାର ପୁହାଣ ଓ ବିଜେଡି ପକ୍ଷରୁ ଦଳ ର ବ୍ଲକ ସଭାପତି ପ୍ରତାପ ସାମଲ ଓ ପୂର୍ବତନ ପଂଚାୟତ ସମିତି ଅଧକ୍ଷ ଅଶୋକ କୁମାର ନାୟକ ମଙ୍ଗ ଧରିଛନ୍ତି।
SOURCE: ODIA PUA




