Source :- ODIA PUA
ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ନୂଆନନ୍ଦ ଗ୍ରାମରେ ଥିବା ମା ‘ କାଳୀଙ୍କ ମନ୍ଦିରରୁ ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ମନ୍ଦିର ପ୍ରତିଷ୍ଠାତା ସ୍ୱର୍ଗତ ପିତାମ୍ବର ଦାସଙ୍କ ପୁତ୍ର ରାମନୁଜ ଦାସ ଥାନାରେ ଅଭିଯୋଗ କରିଛନ୍ତି। ଚାନ୍ଦବାଲି ଏସଡିପିଓ ପ୍ରଭାସ ଚନ୍ଦ୍ର ସାହୁ ଓ ତିହିଡି଼ ଥାନା ଆଇଆଇସି ଲୋପାମୁଦ୍ରା ନାୟକ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛିି। ଅଭିଯୋଗରୁ ପ୍ରକାଶ ଯେ ପ୍ରତିବର୍ଷ ଦୀପାବଳି ଅବସରରେ ମା କାଳୀଙ୍କୁ ବିଭିନ୍ନ ଅଳଙ୍କାର ପିନ୍ଧା ଯାଇଥାଏି। ସୋମବାର ରାତି ୧୧ଟା ପର୍ଯ୍ୟନ୍ତ ମନ୍ଦିରରେ ମାଙ୍କର ପୂଜାର୍ଚ୍ଚନା କରାଯାଇଥିଲାି। ପରେ ଅଭିଯୋଗକାରୀଙ୍କ ପରିବାର ସଦସ୍ୟ ଓ ଅନ୍ୟମାନେ ଖାଇ ଶୋଇବାକୁ ଯାଇଥିଲେି। ରାତି ୧୨ଟାରୁ ୨ଟା ମଧ୍ୟରେ ମା କାଳୀଙ୍କର ୧୦୮ ରୂପା ମୁଣ୍ଡମାଲ, ଚାନ୍ଦି ମୁକୁଟ, ସୁନା ଚିତା, ମା ଦୁର୍ଗାଙ୍କ ଚାନ୍ଦି ମୁକୁଟ, ସୁନା ଚିତା ସମେତ ଅନ୍ୟ ଅଳଙ୍କାର ଚୋରି ହୋଇଯାଇଥିବା ଦର୍ଶାଯାଇଛି ି। ମଙ୍ଗଳବାର ସକାଳେ ରାମାନୁଜ ଏବଂ ତାଙ୍କ ପରିବାର ମନ୍ଦିରକୁ ପୂଜା କରିବାକୁ ଯିବାପରେ ଏହି ଚୋରି ସମର୍କରେ ଜାଣିବାକୁ ପାଇଥିଲେି। ମନ୍ଦିରର ମୁଖ୍ୟ ଦ୍ୱାରର ଚାବି ଭଙ୍ଗାଯାଇ ଏହି ଚୋରି କରାଯାଇଥିବା ଦର୍ଶାଯାଇଛିି।
SOURCE: ODIA PUA



