Home national news oriya ପୂର୍ବତନ ବିଧାୟକ ମାନସ ରଞ୍ଜନ ମଲ୍ଲିକଙ୍କ ୧୪ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ପୂର୍ବତନ ବିଧାୟକ ମାନସ ରଞ୍ଜନ ମଲ୍ଲିକଙ୍କ ୧୪ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

8
0

Source :- ODIA PUA

ଭଦ୍ରକ, ୧୦ ଅକ୍ଟୋବର (ହି.ସ.) – ଭଦ୍ରକ ଜିଲା ଧାମନଗର ବ୍ଲକ ହସନାବାଦ ଗ୍ରାମ ପଂଚାୟତ ସ୍ଥିତ ହୃଦାନନ୍ଦ କଲ୍ୟାଣ ମଣ୍ଡପଠାରେ ଧାମନଗରର ପୂର୍ବତନ ବିଧାୟକ ସ୍ୱର୍ଗତ ମାନସ ରଞ୍ଜନ ମଲ୍ଲିକଙ୍କ ୧୪ ତମ ଶ୍ରାଦ୍ଧ ବାର୍ଷିକୀ ମାନସ ରଞ୍ଜନ ମଲ୍ଲିକ ସ୍ମୃତି କମିଟି ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ଅଭିଜ୍ଞ ଡାକ୍ତର ଙ୍କ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ସେବା ଓ ମାଗଣା ଚକ୍ଷୁ ଶିବିର ଶହ ରୋଗୀ ଙ୍କୁ ମାଗଣା ଚଷମା ଓଷଧ ପ୍ରଦାନ କରାଯାଇଥିଲା ବିଭିନ୍ନ କ୍ଷେତ୍ରରେ ସମାଜସେବା ଓ ଜନସେବା ପାଇଁ ଅନେକ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମୃତି କମିଟିର ସଭାପତି ଦେବାଶିଷ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ମଲ୍ଲିକଙ୍କ ସ୍ମୃତିଚାରଣ କରିଥିଲେ। ତାଙ୍କ ପରିବାର ତିନି ପିଢ଼ି ଧରି ଲୋକଙ୍କ ସେବାରେ ନିୟୋଜିତ ରହିଆସିଥିବା ସେ ନିଜ ବକ୍ତବ୍ୟରେ କହିଥିଲେ।ଅନ୍ୟ ଅତିଥିଙ୍କ ମଧ୍ୟରେ ଭଣ୍ଡାରୀ ପୋଖରି ବିଧାୟକ ସଞ୍ଜିବ ମଲିକ, ଆଇନିଯିବି ଦିବ୍ୟ ସିଂହ ନାୟକ, ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଧାମନଗର ଏନ୍‌ଏସି ଅଧ୍ୟକ୍ଷା ନିବେଦିତା ଜେନା,ଭଦ୍ରକ ଜିଲ୍ଲା ପରିଷଦ ଉପାଧକ୍ଷ ଟୁନିବାଳ ବିଶ୍ୱାଳ ,ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ବିଦୁଲତା ନାୟକ, ହସନାବାଦ ସରପଂଚ ଅଜୟ ମଳିକ, ଅସୁରାଳି ଜିଲ୍ଲା ପରିଷଦ ସଦସ୍ୟ ଶାରଦା ପ୍ରସନ୍ନ ସାହୁ, ଧାମନଗର ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଲ୍ଲିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ବନ୍ୟା ସମୟରେ ଜନସାଧାରଣଙ୍କୁ ଉତମ ସେବା ଓ ସାମ୍ବାଦିକ ତା ପାଇ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇ ଥିଲା।ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମଲିକ ଅତିଥି ଙ୍କୁ ମଂଚ ଆମନ୍ତ୍ରଣ କରିଥିବା ବେଳେ ସ୍ୱର୍ଗତ ମାନସ ରଞ୍ଜନ ମଲ୍ଲିକଙ୍କ ସୁପୁତ୍ର ଅମିତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

SOURCE: ODIA PUA