Home national news oriya ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ତିଥିରେ ରକ୍ତ ଦାନ ଶିବିର

ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ତିଥିରେ ରକ୍ତ ଦାନ ଶିବିର

6
0

Source :- ODIA PUA

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ବ୍ଲକ ଆଗରପଡ଼ା ହେମପଦ୍ମ ଗାଲାକ୍ସି ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟଙ୍କ ୮୧ତମ ଜନ୍ମ ତିଥିରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରକୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା ଉଦ୍‌ଘାଟନ କରିଥିଲେ। ଜିଲ୍ଲା ବିଜେଡ଼ି ଉପସଭାପତି ପ୍ରଶାନ୍ତ ଦାଶ,ସମ୍ପାଦକ ଅଶୋକ ପାଣିଗ୍ରାହି,ଯୁବ ସଭାପତି ପ୍ରଦ୍ୟୁମ୍ନ ପୁହାଣ,୧୪ନମ୍ବର ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ,ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ,ବ୍ଲକ ସମ୍ପାଦକ ନିରଞ୍ଜନ ଘଡ଼େଇ,ପୁରୁଷଣ୍ଢ ସରପଂଚ ପ୍ରକାଶ ବିଶ୍ୱାଳ,ମହିଁଷଗୋଠ ସରପଂଚ ବିନୋଦିନୀ ମହାନ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ୧୧ ଗୋଟି ପଂଚାୟତରୁ ଆସିଥିବା ସୁଭେଚ୍ଛୁଙ୍କ ଠାରୁ ୧୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଭଦ୍ରକ ରକ୍ତ ଭଣ୍ଡାରର ଡ଼ାକ୍ତର ରବିନ୍ଦ୍ର କୁମାର ଜେନା,ତରଣୀସେନ୍ ଜେନା,ରତିକାନ୍ତ ବଳ,ଅରୁଣ ପରିଡ଼ା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ପ୍ରଦୀପ କୁମାର ସିଂହଙ୍କ ତତ୍ୱାବଧାନରେ ଶ୍ରୀନାଥ ମହାନ୍ତି,ବାବୁରାମ ମଲ୍ଲିକ,ବିଷ୍ଣୁ ଚରଣ ସାହୁ,ସତ୍ୟବ୍ରତ ତିଆଡ଼ି,ଦୀପକ ମହାନ୍ତି,ମାମୁନି ସିଂହ ପ୍ରମୁଖ ସହଯୋଗ କରିଥିଲେ।

SOURCE: ODIA PUA