Home national news oriya ବନ୍ୟାପୀଡ଼ିତଙ୍କ ପାଖରେ ପହଂଚିଲା ଉତ୍କଳମଣି ସେବା ସଂଘ

ବନ୍ୟାପୀଡ଼ିତଙ୍କ ପାଖରେ ପହଂଚିଲା ଉତ୍କଳମଣି ସେବା ସଂଘ

5
0

Source :- ODIA PUA

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅଧିନ ତିହିଡି ବ୍ଲକର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଉତ୍କଳମଣି ସେବା ସଂଘ ବନ୍ୟା ବିପର୍ଯ୍ୟୟ ମଧ୍ୟରେ ମାନବସେବାର ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛି । ସଂଘର ସ୍ୱେଚ୍ଛାସେବୀମାନେ ନୂଆସାହି, ସଦର ବଳିଆ, ସାଟିଉଟି, ବଙ୍ଗାଳିପଡ଼ା, ବଙ୍ଗାଳି ଦପା ସମେତ ବିଭିନ୍ନ ବନ୍ୟାପ୍ରଭାବିତ ଓ ଦୁର୍ଗମ ଅଂଚଳକୁ ପ୍ରାୟ ୧୬ କିଲୋମିଟର ପାଦରେ ଅତିକ୍ରମ କରି ଅସହାୟ ପରିବାରମାନଙ୍କ ନିକଟରେ ପହଂଚିଥିଲେ।ସେମାନଙ୍କୁ ଚୁଡ଼ା, ମୁଢ଼ି, ବିସ୍କୁଟ, ଚିନି ଶୁଖିଲା ଖାଦ୍ୟ ସହିତ ଓ.ଆର.ଏସ୍‌., ପାନୀୟ ଜଳ, ମହମବତୀ, ଦିଆସିଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରାଯାଇଥିଲା। ବନ୍ୟା କାରଣରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଅଂଚଳରେ ପହଂଚି ଉତ୍କଳମଣି ସେବା ସଂଘର ସ୍ୱେଚ୍ଛାସେବୀମାନେ ଲୋକଙ୍କ ସୁବିଧା–ଅସୁବିଧା ବୁଝି ସେମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇଥିଲେ।ଏହି ସେବାକାର୍ଯ୍ୟରେ ସଂଘର ସଭାପତି ଖଗେଶ୍ୱର ତ୍ରିପାଠୀ, କୋଷାଧ୍ୟକ୍ଷ ରବୁ ସଲିମ୍‌, ହରିହର କର, ବିସ୍ମୟ ବିହାରୀ ସାହୁ, ରବୀନ୍ଦ୍ର ନାୟକ, ଚଢ଼େଇ ମଲ୍ଲିକ, ବିପ୍ଳବ ସାହୁ, ତୁଷାର ନାୟକ, ଆୟୁଷ ରାଉଳ, ମୃତ୍ୟୁଞ୍ଜୟ ମଲ୍ଲିକ, ଶୁଭମ ପାତ୍ର ଓ ସାଦିକ ଖାନ୍ ପ୍ରମୁଖ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ। ବନ୍ୟା ବିପତି ସମୟରେ ଉତ୍କଳମଣି ସେବା ସଂଘର ଏହି ନିଷ୍ଠାପର ସେବାକୁ ସ୍ଥାନୀୟ ଅଂଚଳବାସୀ ଉଚ୍ଚ ପ୍ରଶଂସା କରିଥିବା ଜଣାପଡ଼ିଛି।

SOURCE: ODIA PUA