Source :- ODIA PUA
ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ବନ୍ୟା ପରିସ୍ଥିତି ଉତ୍କଟ ରୂପ ଧାରଣ କରିଥିବା ବେଳେ ଏହାକୁ ମୁକାବିଲା କରିବାରେ ରାଜ୍ୟ ସରକାର ସମେତ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ବିଫଳ ହୋଇଥିବାର ରାଜ୍ୟ କଂଗ୍ରେସ ର ଦଳିତ ନେତା ତଥା ଜିଲ୍ଲା କଂଗ୍ରେସ କମିଟିର ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ଜେନା ଗୁରୁତ୍ୱର ଅଭିଯୋଗ କରିଛନ୍ତି । ଦୀର୍ଘ ୪ଦିନ ଧରି ଧାମନଗର ନିର୍ବାଚନ ମଣ୍ଡଳୀ ରେ କାସିମପୁର, ବୋଡ଼କ,ବିଲଣା, ସମେତ ଚାନ୍ଦବାଲି, ଭଣ୍ଡାରିପୋଖରୀ, ତିହିଡି,ଭଦ୍ରକ,ବାସୁଦେବପୁର ବ୍ଲକ ର ବହୁ ତଳିଆ ଅଂଚଳର ହଜାର ହଜାର ଲୋକ ବନ୍ୟା ଜଳଘେର ମଧ୍ୟରେ ଥାଇ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ହେଁ ଅଦ୍ୟାବଧି ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ବନ୍ୟାବିପନ୍ନଙ୍କ ପାଖରେ ପହଂଚି ପାରିନାହିଁ କି ସେମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେଇନାହିଁ । ଜିଲ୍ଲାର ବନ୍ୟାଂଚଳ ଗସ୍ତ କରି ବନ୍ୟାବିପନ୍ନ ମାନଙ୍କୁ ଭେଟିବା ସହ ସେମାନଙ୍କ ଦୁଃଖ ଦୁର୍ଦଶା ବଢ଼ି ଯାଇଥିବାରୁ ଜିଲ୍ଲା ପ୍ରଶାସନର ବିଫଳତାକୁ ଦାୟୀ କରିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଜିଲ୍ଲାର ଲକ୍ଷାଧିକ ବନ୍ୟା ବିପନ୍ନ ମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବାର ରାଜ୍ୟ କଂଗ୍ରେସ ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ଅଭିଯୋଗ କରିଛନ୍ତି । ତୁରନ୍ତ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ଦାବୀ କରିଛନ୍ତି ।
SOURCE: ODIA PUA




