Source :- ODIA PUA
ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବର୍ଷ ବରିଷ୍ଠ ନାଗରିକ ମାନଙ୍କୁ ତୀର୍ଥଯାତ୍ରାର ବ୍ୟବସ୍ଥା କରିଆସୁଥିବା ବେଳେ ଆଜି ପ୍ରଥମ ପର୍ଯାୟରେ ବନ୍ତ ବ୍ଲକରୁ ୨୧ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯାଇଛନ୍ତି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ତୀର୍ଥ ଯାତ୍ରୀଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ୭ଦିନ ବ୍ୟାପି ଏହି ତୀର୍ଥରେ ବରିଷ୍ଠ ମାନେ ଅଯୋଧ୍ୟା ଓ ବାରାଣାସିର ବିଭିନ୍ନ ଧାର୍ମୀକ ସ୍ଥଳ ପରିଦର୍ଶନ କରିବେ। ବାଲେଶ୍ୱରର ପଦ୍ମାବତୀ ୱାଟରପାର୍କରେ ଆଜି ରାତ୍ରୀଯାପନ ପରେ ସୋମବାର ଏକ ସ୍ୱତନ୍ତ୍ର ଟ୍ରେନରେ ବରିଷ୍ଠମାନେ ଯାତ୍ରା ଆରମ୍ଭ କରିବେ।
SOURCE: ODIA PUA




