Home national news oriya ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା

ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା

9
0

Source :- ODIA PUA

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଆଗରପଡା କୃଷ୍ଣ ଚରଣ ବିଦ୍ୟାମନ୍ଦିର ପରିସରରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କ୍ରୀଡା ଉତ୍ସବକୁ ଆଗରପଡା ପ୍ରାଣୀ ଚିକିତ୍ସାଧିକାରୀ ଲିଜାରାଣୀ ପାଢୀ ଉଦଘାଟନ କରିଥିଲେ । ଆୟୋଜିତ ସଭାକୁ ପ୍ରଧାନଶିକ୍ଷକ ଶରତ କୁମାର ଜେନା ସଭାପତିତ୍ୱ କରିଥିଲେ । ଏଥିରେ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଶଶି ଶେଖର କରଶର୍ମା, ପ୍ରଧାନଶିକ୍ଷକ ଅର୍ନ୍ତଯ୍ୟାମୀ ପାତ୍ର, ବ୍ଲକ କ୍ରୀଡା ସମ୍ପାଦକ ମନୋଜ ଶଙ୍ଖୁଆ,ବିଦ୍ୟାଳୟ କମିଟି ସଭାପତି ମନୋଜ ବେହେରା ପ୍ରମୁଖ ଅତିଥି ଥିଲେ । ପରେ କେନ୍ଦୁଆପଦା, ପଧାନପଡା, ଆଗରପଡା, ଗଣିଜାଙ୍ଗ ଚାରିଗୋଟି ଜୋନର ୨୫୬ ଜଣ ଛାତ୍ରଛାତ୍ରୀଙ୍କୁ ନେଇ କବାଡି, ଖୋ-ଖୋ, ଭଲି,ବିଚ ଭଲି, ବ୍ୟାଡମିଟଂନ, ଯୋଗ, ଚେସ, ସାଇକ୍ଲିଂ, ଫୁଟବଲ୍ ଆଦି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରେ ବିଚ୍ ଭଲିରେ ୨, ଭଲିରେ ୨୪, ଫୁଟବଲ୍ ୨୪, ଚେସ ୬, ଯୋଗ ୧୨, ବ୍ୟାଡ ମିଟଂନ ୧୨, ସାଇକେଲିଂ ୨, ଖୋ-ଖୋ- ୪୮, କବାଡି ୪୦ ମୋଟ ୧୭୦ ଜଣ ଜିଲ୍ଲା ସ୍ତରକୁ ଉତିର୍ଣ୍ଣ ହୋଇଛନ୍ତି । ଜଗନ୍ନାଥ ଦ୍ୱିବେଦୀ, ଧିରେନ୍ଦ୍ର ଷଡଙ୍ଗୀ, ସୁବୋଧ ପାତ୍ର, ଯଶୋବନ୍ତ ସିଂହ, ଉପମନ୍ୟୁ ଖୁଟିଂଆ, ଶୁଭଶ୍ରୀ ପତି, ବିରଭଦ୍ର ପଣ୍ଡା, ନିରଞ୍ଜନ ଜେନା, ଗୟାଧର ରାଉତ, କୋଦଣ୍ଡ ଧର ସେଠୀ, ବଳଭଦ୍ର କିଙ୍କର ଜେନା,ଡଲିରାଣୀ ଦାସ, ସଙ୍ଗିତା ବେହେରା, ଉମାକାନ୍ତ ଜେନା, ସେକ ଆଜାରୁଦିନ, ସୁଷମା ମଲ୍ଲିକ, ଗିତାଞ୍ଜଳୀ ଚାନ୍ଦ, ଅମିତା ଲେଙ୍କା, ବିଜୟ ରାଉତ, ତାପସ ନାୟକ, ସୁଧାରାଣୀ ଦାସ, ମମତା ମଞ୍ଜରୀ ଆଇଚ, ମମିତାବାଳା ନାୟକ, ସ୍ନେହଲତା ଖମାରୀ ପ୍ରମୁଖ ଖେଳକୁ ପରିଚାଳନା କରିଥିଲେ ।

SOURCE: ODIA PUA