Home national news oriya ଭଦ୍ରକ : ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ରନ୍ଧାଖାଦ୍ୟ ସହ ସହାୟତା କରିବାକୁ ସିପିଆଇ (ଏମ୍‌) ଭଦ୍ରକ...

ଭଦ୍ରକ : ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ରନ୍ଧାଖାଦ୍ୟ ସହ ସହାୟତା କରିବାକୁ ସିପିଆଇ (ଏମ୍‌) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଦାବୀ

4
0

Source :- ODIA PUA

ଭଦ୍ରକ, ୧ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) ଗତ କିଛି ଦିନ ତଳେ ଧାରାବାହିକ ବର୍ଷା ହେବା ଫଳରେ ସମଗ୍ର ଜିଲ୍ଲାର ସାତଗୋଟି ବ୍ଲକ, ଦୁଇଟି ପୌରାଂଚଳ ଓ ବିଜ୍ଞାପିତ ଅଂଚଳରେ ବନ୍ୟାଜଳ ମାଡ଼ି ଯିବା ଫଳରେ ବହୁ ଲୋକଙ୍କ ବାସଗୃହରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଷ ଜମି ଜଳମଗ୍ନ ହୋଇଯିବାରୁ ସେମାନଙ୍କର ହଜାର ହଜାର ହେକ୍ଟର ଜମିର ତଳି ନଷ୍ଟ ହୋଇଯାଇଛି । ସେହିଭଳି ଗୋରୁ ଗାଈ, ମଇଁଷି, ଛେଳି ଓ ମେଣ୍ଢା ଖାଦ୍ୟ ଅଭାବରୁ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ସରକାର ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇନଥିବାରୁ ସେମାନେ ଅସହାୟ ଅବସ୍ଥାରେ ସହାୟତାକୁ ଅପେକ୍ଷା କରିଛନ୍ତି। ଏଥିନିମନ୍ତେ ସି ପି ଆଇ (ଏମ୍‌) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସମ୍ପାଦକ ଦିବ୍ୟ ସିଂହ ନାୟକ, ପ୍ରଫୁଲ୍ଲ ପାଢ଼ୀ, ଚନ୍ଦ୍ର ଶେଖର ନାୟକ, ପ୍ରଭାସ ମହାପତ୍ର ଓ ବିଷ୍ଣୁ ଦାଶ ଓ ରାଧା ଦାସ, ଗିରିଧାରୀ ନାଥ ଓ ବିକାଶ ନାଥ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ରନ୍ଧା ଖାଦ୍ୟ ସହ ଉପଯୁକ୍ତ ସହାୟତା ପ୍ରଦାନ କରିବାକୁ ଦାବୀ କରିଛନ୍ତି।

SOURCE: ODIA PUA