Home national news oriya ଭଦ୍ରକ ବିଧାୟକ ସୀତାଂଶୁ ବିଭିନ୍ନ ପୂଜା ମଣ୍ଡପରେ ମା’ ଦଶଭୁଜାଙ୍କ ଦର୍ଶନ କଲେ

ଭଦ୍ରକ ବିଧାୟକ ସୀତାଂଶୁ ବିଭିନ୍ନ ପୂଜା ମଣ୍ଡପରେ ମା’ ଦଶଭୁଜାଙ୍କ ଦର୍ଶନ କଲେ

6
0

Source :- ODIA PUA

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ସମେତ ଗ୍ରାମାଂଚଳରେ ମଧ୍ୟ ବେଶ ଜାକ ଜମକରେ ମା’ ଦୁର୍ଗାଙ୍କ ପୂଜା ପାଳିତ ହୋଇଆସୁଛି। ଅଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଲୋକମାନଙ୍କ ଗହଳି ବେଶ୍ ସରଗରମ ରହିଥିଲା। ବିଭିନ୍ନ ପୂଜା ମଣ୍ଡପରେ ରଙ୍ଗବେରଙ୍ଗ ଆଲୋକମାଳା ସାଙ୍ଗକୁ ଅତିସୁନ୍ଦର ତୋରଣମାନ ଲୋକଙ୍କ ମନକୁ ବେଶ୍ ଛୁଇଁଥିଲା। ଏବଂ ଛୋଟବଡ ମୀନାବଜାରର ପସରାମାନ ମେଲିଥିଲା। ଯାହାଫଳରେ ମା’ ଦୁର୍ଗାଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ମୀନାବଜାରର ମଜା ନେଇଥିଲେ। ଆଜି ସହରର ବାଇପାସ, ଗାନ୍ଧିପଡିଆ, ବଙ୍କବାସୁଳୀ ସମେତ ଭଦ୍ରକ ନିର୍ବାଚନ ମଣ୍ଡଳୀର ହରିପୁର, ବିଷ୍ଣୁପୁରବିନ୍ଧା ଓ ଅର୍ଣ୍ଣପାଳ ପଂଚାୟତର ବିଭିନ୍ନ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ସହ ଅଂଚଳବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଛନ୍ତି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଏବଂ ମା’ଙ୍କ ଆଶୀର୍ବାଦରେ ଧର୍ମର ବିଜୟ, ସଂସ୍କୃତିର ସୁରକ୍ଷା ଓ ଜନକଲ୍ୟାଣର ସଂକଳ୍ପ ଆହୁରି ଦୃଢ଼ ହେଉ ବୋଲି ସେ କହିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ମହାପାତ୍ର ଏକ ପୂଜା ମଣ୍ଡପର ଶୁଭ ଶିଳାନ୍ୟାସ କରିଥିଲେ।

SOURCE: ODIA PUA