Home national news oriya ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ...

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣି ଶିବିର

6
0

Source :- ODIA PUA

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଅଂଚଳରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ଆର୍ôଥକ ବର୍ଷ ୨୦୨୨-୨୩ ର (ପ୍ରଥମ ଚକ୍ର) ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ମଙ୍ଗଳବାର ଦିନ ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଟିତ ହୋଇଛି। ବିଡ଼ିଓ ବନବିହାରୀ ଦିନ୍ଧା କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ।ଧାମନଗର ପଂଚାୟତ ସମିତି ଅଧକ୍ଷା ଶର୍ମିଷ୍ଠା ବେହେରା, ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପୁହାଣ,ସାଂସଦ ପ୍ରତିନିଧି ମନୋଜ ମଲିକ,ଜିଲ୍ଲାପରିଷଦ ଉପାଧକ୍ଷା ଟୁନିବାଳା ବିଶ୍ୱାଳ, ଉପାଧକ୍ଷ ଜଗବନ୍ଧୁ ପ୍ରଧାନ,ଜିଲ୍ଲାପରିଷଦ ପ୍ରତିନିଧି ପ୍ରତାପ ସାମଲ, ଡି ଏସ ଓ ସତ୍ୟ ଜିତି ପୃଷ୍ଟି, ବି ଏସ ଓ ଜଗନ୍ନାଥ ପଣ୍ଡା ପ୍ରମୁଖ ଯୋଗ ଦେଇ ସାମାଜିକ ଜନଶୁଣାଣୀ ସଂମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ ଏଥିରେ ଏ ପି ଓ ପୀୟୁଷ ରାଉତ ଉଦ୍ଦେଶ୍ୟ ପ୍ରଦାନ କରିଥିଲେ ,ବିଭିନ୍ନ ପଂଚାୟତ ର ଭି ଆର ପି,ସରପଂଚ, ସମିତି ସଭ୍ୟ ଓ ପଂଚାୟତ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଗଡିଆଳୀ ପଂଚାୟତ ଟେ ବିନା ସୂଚନା ଫଳକ ରେ ରାସ୍ତା କାର୍ଯ୍ୟ କରାଯାଇଥିବାରୁ ସମ୍ପୃକ୍ତ ଅଧିକାରି ଙ୍କୁ ୫ ହଜାର ଟଙ୍କା ଜୋରିମାନା କରାଯାଇଥିବା ସୂଚନା ଦିଆଯାଇଥିଲା।କାର୍ଯ୍ୟକ୍ରମ କୁ ସନ୍ଧ୍ୟାରାଣୀ ସାମଲ ପରିଚାଳନା କରିଥିଲେ।

SOURCE: ODIA PUA