Home national news oriya ରକ୍ଷାବନ୍ଧନ ପାଟ ସେବାରେ ପ୍ରଚାର ସମିତିର ବୈଠକ

ରକ୍ଷାବନ୍ଧନ ପାଟ ସେବାରେ ପ୍ରଚାର ସମିତିର ବୈଠକ

6
0

Source :- ODIA PUA

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ପାଟସେବା ବିକାଶ ପରିଷଦ, ଭୁବନେଶ୍ୱର ପକ୍ଷରୁ ଭଦ୍ରକ ଜିଲ୍ଲାସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ଗୁଡ଼ିକରେ ଆଗାମୀ ରକ୍ଷାବନ୍ଧନ ପୂର୍ଣ୍ଣିମାରେ ଦିଅଁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ପାଟରାକ୍ଷୀ ସମର୍ପଣ ସେବା ପାଇଁ ପ୍ରଦତ୍ତ ପାଟରାକ୍ଷୀ ଉଦ୍ଦେଶ୍ୟରେ ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକ ବୈଠକ ଶ୍ରୀ ବାଲଗୋପାଳ ମନ୍ଦିର ପରିସରରେ ପ୍ରଚାର ସମିତିର ମୁଖ୍ୟ ପଣ୍ଡିତ ଭାଗୀରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକ ପ୍ରାରମ୍ଭରେ ଭଦ୍ରକ, ବାଲେଶ୍ୱର, ଯାଜପୁର ଆଦି ଜିଲ୍ଲା ବନ୍ୟାପ୍ଲାବିତ ଜନସାଧାରଣଙ୍କ ଦୁଃଖ ଦୂର କରିବା ନିମନ୍ତେ ଓଡ଼ିଶାର ବଡ଼ ଦିଅଁକୁ ପ୍ରାର୍ଥନା କରାଯାଇଥିଲା । ଭଦ୍ରକ ଜିଲ୍ଲାସ୍ଥ ତିହିଡ଼ି, ଚାନ୍ଦବାଲି, ଧାମନଗର, ଧୁଷୁରୀ, ଅସୁରାଳି ଓ ଭଦ୍ରକ ଆଦି ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିନିଧିମାନଙ୍କୁ ପାଟରାକ୍ଷୀ ପ୍ରଦାନ କରାଯାଇଥିଲା । ଭଦ୍ରକସ୍ଥ ସମସ୍ତ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିନିଧି ଓ କର୍ମକର୍ତାଙ୍କୁ ନେଇ ଏକ ଐକ୍ୟ ସେବକ ମଂଚ ଆହ୍ୱାନ କରାଯିବାକୁ ସ୍ଥିର କରାଯାଇଥିଲା । ଏଥିରେ ସମିତିର ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିନିଧିଗଣଙ୍କୁ ସ୍ୱାଗତ କରିବା ସହ ପାଟରାକ୍ଷୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ସମିତିର ସହ ଆବାହକ ନାରାୟଣ ଚନ୍ଦ୍ର ପ୍ରଧାନ, ବାବୁଲାଲ ଦାସ, କାହ୍ନୁ ଚରଣ ଦାସ, ସନେଇ ଶିଅଳ, ପ୍ରଶାନ୍ତ କୁମାର ଦେ, କୃପାସିନ୍ଧୁ ନାୟକ, ରାଜେନ୍ଦ୍ର ପ୍ରସାଦ ଅଗସ୍ତି, ଶ୍ରୀମତୀ ପୁଷ୍ପଲତା ଦାସ, ଦୁଃଶାସନ ମହାନ୍ତି, ଭାଗବତ ପୁହାଣ, ସୁବଳ ସିଂହ, ଉମେଶ ଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିନିଧଙ୍କ ମଧ୍ୟରୁ ଅଧିକ୍ତା ସର୍ବଶ୍ରୀ ସ୍ନେହାଶିଷ ପଣ୍ଡା, ନିରଞ୍ଜନ କର, ଭାବଗ୍ରାହୀ ମଲ୍ଲିକ, ପରମାନନ୍ଦ ବେହେରା, ଜଗତାନନ୍ଦ ମହାପାତ୍ର, କିଶୋର କର, ଉମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ । ବନ୍ୟାଗ୍ରସ୍ତ ଅଂଚଳରୁ କେତେକ ପ୍ରତିନିଧି ଯୋଗ ଦେଇ ପାରିନଥିଲେ । ସେବକ ଶ୍ରୀ ସିଂହ ସମିତି ପାଣ୍ଠିକୁ ଏକ ହଜାର ଟଙ୍କା ଦାନ କରିଥିଲେ ।

SOURCE: ODIA PUA