Source :- ODIA PUA
ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଭଗବାନପୁର ଅଂଚଳର ବରିଷ୍ଠ ସମବାୟବିତ ସମାଜସେବୀ ବିଦ୍ୟାଧର ସାହୁ (୬୧) ଙ୍କର ଶୁକ୍ରବାର ପରୋଲୋକ ଘଟିଛି। ସେ ଦୀର୍ଘ ବର୍ଷ ଧରି ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ।ଗୁରୁବାର ସନ୍ଧ୍ୟାରେ ବିଦ୍ୟାଧର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଥିବା ସମୟରେ ଛାତିରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ ହେବାରୁ ହଟାତ୍ ପରୋଲୋକ୍ ଘଟିଥିଲା।ଏହି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ସମାଜ ଓ ସମବାୟ କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି। ତାଙ୍କ ସରଳ, ମିଷ୍ଟଭାଷୀ ଓ ମେଳାପୀ ବ୍ୟକ୍ତିତ୍ୱ ପାଇଁ ସେ ସ୍ଥାନୀୟ ଅଂଚଳରେ ଜଣେ ପରିଚିତ ଓ ଲୋକପ୍ରିୟ ବ୍ୟକ୍ତି ଭାବେ ପରିଚିତ ଥିଲେ।ତାଙ୍କ ମରଶରୀର ଭଗବାନପୁର ଗ୍ରାମ ସ୍ଥିତ ବାସଭବନରେ ପହଂଚିବା ପରେ ବହୁ ସ୍ଥାନୀୟ ତଥା ଆଖପାଖ ଅଂଚଳର ବିଭିନ୍ନ ଦଳର ନେତା ଓ କର୍ମୀ ଶେଷ ଦର୍ଶନ କରିଥିଲେ । ବିଶେଷ କରି ଶ୍ରୀଜଗନ୍ନାଥ ସେବା ସମବାୟ ସମିତି ସଭାପତି ଅଭିମନ୍ୟୁ ସ୍ୱାଇଁ, ସୁଦର୍ଶନ ମାଝୀ , ଶିକ୍ଷକ ନେତା ତ୍ରିଲୋଚନ ନାୟକ, ବରିଷ୍ଠ କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ପ୍ରଧାନ ,ବିଜେପି ନେତା ନାରାୟଣ ସୂତାର, ସମିତି ସଭ୍ୟ ସୁଦୀପ୍ତ ଖଟୁଆ ,ଶିକ୍ଷାବିତ ଅରୁଣ କୁମାର ରାଉତ, ଅବସରପ୍ରାପ୍ତ ଶିକ୍ଷାବିତ ଉଦ୍ଧବ ଚରଣ ସାହୁ ପ୍ରମୁଖ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ବିଦ୍ୟାଧରଙ୍କ ବିୟୋଗରେ ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୋକ ପ୍ରକାଶ କରିଛନ୍ତି।
SOURCE: ODIA PUA




