Home national news oriya ସମାଜ ସେବିିକା ସୁକାନ୍ତିଙ୍କ ସ୍ମୃତି ସଭା

ସମାଜ ସେବିିକା ସୁକାନ୍ତିଙ୍କ ସ୍ମୃତି ସଭା

7
0

Source :- ODIA PUA

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆଗରପଡା ନିକଟସ୍ଥ ମଙ୍ଗଳପୁର ଗ୍ରାମର ସମାଜସେବିକା ସୁକାନ୍ତି ପାତ୍ର(୬୦)ଙ୍କ ଏକାଦଶାହରେ ସ୍ମୃତି ସଭା ଅନୁଷ୍ଠିତ ହୋଇଛି । ଶିକ୍ଷାବିତ ପଚାଂନନ ପୃଷ୍ଟିଙ୍କ ପୌରହିତ୍ୟରେ ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ,କବି ଚିତରଞ୍ଜନ ସାମନ୍ତରାୟ, ଶିକ୍ଷାବିତ୍ ରତ୍ନାକର ନାୟକ, ହରିହର ପାଣିଗ୍ରାହୀ,ପ୍ରଣୟ କୁମାର ସିଂହ, ଉପେନ୍ଦ୍ର କୁମାର ବିଶ୍ୱାଳ, ଗୋବିନ୍ଦ ଚନ୍ଦ୍ର ରାଉତ ପ୍ରମୁଖ ସ୍ୱର୍ଗତଃ ସୁକାନ୍ତିଙ୍କ ସମାଜ ପ୍ରତି କର୍ତବ୍ୟ ବୋଧ ଉପରେ ଆଲୋଚନା କରି ସେ ଜଣେ ସୁ ଗୃହିଣୀ ଭାବେ ଖ୍ୟାତି ଲାଭ କରିଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା । ପରିବାରର ସ୍ୱାମୀ ନାରାୟଣ ଚନ୍ଦ୍ର ପାତ୍ର, ବଡଝିଅ ସତ୍ୟଭାମା ମଣ୍ଡଳ, ବଡ ବହୁ ରିନାରାଣୀ ମଣ୍ଡଳ, ପବନ କୁମାର ସିଂହ, ମମତା ମୟୀ ପାତ୍ର, ପ୍ରଦୀପ କୁମାର ଦାସ, ହିମାଂଶୁ ପାତ୍ର ସହଯୋଗ କରିଥିଲେ ।

SOURCE: ODIA PUA