Source :- ODIA PUA
ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ହେଉ କି ରାଜ୍ୟ ସାଧାରଣ ଲୋକଙ୍କ ମୌଳିକ ସୁବିଧା ପାଇଁ ଅନେକ ପ୍ରତିଶୃତି ଦେଉ ଥିଲେ ବି ଏହା ପାଣିର ଗାର ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଂଚାୟତର ଅସୁରା ଗ୍ରାମର ଶକୁନ୍ତଳା ସାହୁଙ୍କ କ୍ଷେତ୍ରରେ। ଲଗାଣ ବର୍ଷାରେ ଘରର କାନ୍ଥ ପଡିଯାଇଛି। ଗୋଟିଏ ଚଳିଆରେ ଖାଇବା, ଶୋଇବା ହେଉଛି ସ୍ୱାମୀ, ସ୍ତ୍ରୀ ଓ ଏକମାତ୍ର ପୁଅର। ଗତ ଦୁଇବର୍ଷ ହେବ ଘର ଟିଏ ପାଇଁ କେତେ ଲୋକଙ୍କୁ ନେହୁରା ହେଲେଣି ହେଲେଣି ବୋଲି ଦୁଃଖର ସହ କହନ୍ତି ଶକୁନ୍ତଳା। କେହି ତାଙ୍କ ଦୁଃଖ ଶୁଣିବାକୁ ନାରାଜ। ଏକବଖରା ଘରରେ ଯାହା ଯେମିତି ଚଳୁଥିଲେ ଏହି ଲଗାଣ ବର୍ଷା ଫଳରେ କାନ୍ଥ ପଡିଯାଇଛି। ହେଲେ ସରକାରୀ ଅଧିକାରୀ ନା ତାଙ୍କୁ ମିଳିଛି ପଲିଥିନ ଟିଏ। ଏ ବିଷୟରେ ରାହାଞ୍ଜ ସରପଂଚ ରାଜେନ୍ଦ୍ର ଦାଶଙ୍କୁ ପଚାରିବାରୁ ସେ ଏ ବିଷୟରେ ତହସିଲଦାରଙ୍କ ସହ କଥା ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି।
SOURCE: ODIA PUA




