Home national news oriya ସେଣ୍ଢତିରାରେ ସଫେଇ ମିିତ୍ର ଦିବସ ପାଳିତ

ସେଣ୍ଢତିରାରେ ସଫେଇ ମିିତ୍ର ଦିବସ ପାଳିତ

5
0

Source :- ODIA PUA

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ପଚାଂୟତ ସମିତି ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ସେଣ୍ଢତିରାସ୍ଥିତ ସରକାରୀ ଆର‌୍ୟୁବେଦିକ ଡାକ୍ତରଖାନାରେ ସଫେଇ ମିତ୍ର ଦିବସ ପାଳିତ ହୋଇଯାଇଛି । ସ୍ୱଚ୍ଛ ସାଥୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ସ୍ଥାନୀୟ ଅଚଂଳବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବିତରଣ କରାଯାଇଥିଲା । ସ୍ୱଚ୍ଛ ଭାରତ ମିଶନର ବ୍ଲକ ସଂଯୋଜିକା ରଶ୍ମିରେଖା ନାୟକ, ତାଲିମଦାତା ଚନ୍ଦ୍ରକାନ୍ତ ଜେନା ଓ ସୁଧାଂଶୁ ଶେଖର ସେଠୀଙ୍କ ତତ୍ୱାବଧାନରେ ଡାକ୍ତର ରାଜେଶ କୁମାର ମାଝୀ, ସେଣ୍ଢତିରା ସରପଚଂ ପ୍ରଶାନ୍ତ କୁମାର ଦାସ ଅତିଥି ଭାବେ ଯୋଗଦେଇ ସଫେଇ ଦିବସ ପାଳନ ଉପରେ ମତ ରଖି ପରିବେଶକୁ ସଫା ସୁତରା ରଖିଲେ ଆମେ ସୁନ୍ଦର ଓ ସୁସ୍ଥ ସମାଜ ଗଠନ କରି ପାରିବା ବୋଲି କହିଥିଲେ । ଏହି ଅବସରରେ ସ୍ୱଚ୍ଛତା ସାଥୀ କର୍ମଚାରୀ ମାନଙ୍କୁ ପୋଷାକ ବିତରଣ କରାଯାଇଥିଲା ।

SOURCE: ODIA PUA