Home national news oriya ସ୍କୁଲକୁ ଆସୁଥିବା ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ପୋଡ଼ି ମାରିବାକୁ ଉଦ୍ୟମ, ଆସାମୀ ଗିରଫ

ସ୍କୁଲକୁ ଆସୁଥିବା ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ପୋଡ଼ି ମାରିବାକୁ ଉଦ୍ୟମ, ଆସାମୀ ଗିରଫ

6
0

Source :- ODIA PUA

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ଫତେପୁର ପଂଚାୟତର ଜୈନିକ ବିବାହିତ ଯୁବକ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଯୁବତୀକୁ ଉଦ୍ଧାର କରା ଯାଇଛି। ଫତେପୁର ପଂଚାୟତର ଲେଞ୍ଜରା ଛକ ନିକଟରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସମଗ୍ର ଅଂଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଛି।ପୀଡ଼ିତା ମାଆଙ୍କ ଅଭିଯୋଗ ଅନୁଯାୟୀ ଫତେପୁର ପଂଚାୟତର ଧର୍ମାଗତପୁର (ବନ୍ଦମୁଣ୍ଡ) ଗ୍ରାମର ନିରଞ୍ଜନ ଜେନାଙ୍କ ପୁଅ ଦିଲ୍ଲିପ ଜେନା (୩୨) ଦୀର୍ଘଦିନ ଧରି ଉକ୍ତ ଛାତ୍ରୀଙ୍କୁ ଏକ ତରଫା ପ୍ରେମ ନିବେଦନ କରି ବିଫଳ ହୋଇ ଆସୁଥିଲା । ଛାତ୍ରୀ ଏଥିରେ ରାଜି ହେଉ ନଥିବାରୁ ଅଭିଯୁକ୍ତ ବିଭିନ୍ନ ସମୟରେ ଛାତ୍ରୀକୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲା। ଏ ନେଇ କିଛି ଦିନ ପୂର୍ବରୁ ଛାତ୍ରୀର ବାପା ମା ଅଭିଯୁକ୍ତର ବାପା ମାଆ କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ କାହିଁକି ବାପା ମାଆ ଙ୍କୁ ଜଣାଇଲ ତୁମ ଝିଅକୁ ଜୀବନରୁ ମାରିଦେବି ବୋଲି ଅଭିଯୁକ୍ତ ଦିଲ୍ଲୀପ ଜେନା ଧମକ ଦେଇଥିଲା। ତେବେ ମଙ୍ଗଳବାର ସକାଳେ ଛାତ୍ରୀ ଜଣଙ୍କ ଅସୁରାଳୀ ସ୍କୁଲକୁ ଯାଉଥିବା ବେଳେ ଲେଞ୍ଜରା ଛକ ନିକଟରେ ତାଙ୍କୁ ଅଟକାଇ ଅଭିଯୁକ୍ତ ଦିଲ୍ଲୀପ ପେଟ୍ରୋଲ ଢାଳି ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ କରୁଥିଲା । ଛାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସି ଅଭିଯୁକ୍ତଙ୍କୁ କାବୁ କରି ଧୁଷୁରୀ ପୁଲିସକୁ ଖବର ଦେଇଥିଲେ । ପୁଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତକୁ ଧରି ଥାନାକୁ ଆଣିଥିଲେ । ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଥିବା କୁହାଯାଉଛି। ଘଟଣା ପରେ ପୀଡ଼ିତାଙ୍କ ମାଆ ଙ୍କ ପକ୍ଷରୁ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ ଥାନାରେ ୨୮୮/୨୬ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଛି। ଅନ୍ୟପକ୍ଷରେ, ସ୍ଥାନୀୟ ସୂତ୍ରରୁ ଅଭିଯୁକ୍ତ ଯୁବକଙ୍କ ପୂର୍ବରୁ ଦୁଇଟି ବିବାହ କରିଥିବା ବେଳେ ଜଣେ ସ୍ତ୍ରୀ ଦିଲୀପ କୁ ଛାଡି ପଳାଇ ଥିବା ବେଳେ ଅନ୍ୟ ଜଣେ ସ୍ତୀ ରହିଛି।

SOURCE: ODIA PUA