Source :- ODIA PUA
ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍୍ୟା ଦାନା ଜନିତ କ୍ଷୟକ୍ଷତିର ମରାମତି କାମ ଉପରେ ଓଡ଼ିଶା ଉଚ୍ଚ ନ୍୍ୟାୟଳୟ ଲଗାଇଥିବା ରହିତାଦେଶକୁ ଧାମନଗର ବ୍ଲକ ଉନ୍ନୟନ ଅଧିକାରୀ ବନବିହାରୀ ଦିନ୍ଦା ଅବମାନନା କରୁଥିବା ଅଭିଯୋଗ ହୋଇଛି। ହାଇକୋର୍ଟଙ୍କ ରାୟକୁ ଅଣଦେଖା କରି ବିଡିଓ ବିଭିନ୍ନ ପଂଚାୟତରେ କାମ କରାଉଥିବା ନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ବିଭିନ୍ନ ପଂଚାୟତର ସରପଂଚ ଓ ସମିତି ସଭ୍୍ୟ। ତେବେ ଜିଲ୍ଲାପାଳ ଦିଲୀପ ରାଉତରାୟ ଏନେଇ ଧାମନଗର ବିଡିଓ ଙ୍କୁ ତାଗିଦ କରିଥିବା କହିଛନ୍ତି ଅଭିଯୋଗକାରୀ ସରପଂଚ ଓ ସମିତି ସଭ୍୍ୟ। ଅକ୍ଟୋବର ମାସ ୨୪ ରେ ଆସିଥିବା ଦାନା ବାତ୍୍ୟା ଯୋଗୁଁ ଧାମନଗର ବ୍୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ବ୍ଲକ ଓ ତହସିଲ ପକ୍ଷରୁ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା। ଏହି ରିପୋର୍ଟ ଆଧାରରେ ମରାମତି ଓ କ୍ଷତିପୂରଣ ଲାଗି ରାଜ୍୍ୟ ସରକାର ପ୍ରାୟ ୧୯ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହି ଟଙ୍କାରେ କମ୍୍ୟୁନିଟି ସେଂଟର, ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍୍ୟାଳୟ କୋଠା, ଗ୍ରାମୀଣ ରାସ୍ତାକୁ ମିଶାଇ ୮୦୦ରୁ ଅଧିକ ପ୍ରକଳ୍ପ କରିବାକୁ ଚିଠା ପ୍ରଦାନ କରିଥିଲେ। ଏହାପରେ ପଂଚାୟତର ଜିଆରଏସ୍, କାର୍ଯ୍୍ୟ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ବିଡିଓଙ୍କ ମାଧ୍ୟମରେ ଏ କାମ କରାଯାଉଥିଲା। ତେବେ ପ୍ରକଳ୍ପ ଗୁଡ଼ିକର କ୍ରିୟାନ୍ୱୟନରେ ସେମାନଙ୍କୁ ଅଣଦେଖା କରାଯାଉଥିବା ନେଇ ବିଜୁ ଜନତା ଦଳ ସମର୍ଥନରେ ବିଜୟୀ ହୋଇଥିବା ସରପଂଚ ଓ ସମିତି ସଭ୍୍ୟ ଅଭିଯୋଗ କରିଥିଲେ। ଏହାପରେ ସେମାନେ ଧାମନଗର ବିିଡଓ, ଭଦ୍ରକ ଜିଲ୍ଲା ମୁଖ୍୍ୟ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ। ହେଲେ କୌଣସି ପଦକ୍ଷେପ ନିଆ ନ ଯିବାରୁ ଧାମନଗର ବ୍ଲକ ଉପାଧ୍ଯକ୍ଷ ଜଗବଂଧୁ ପ୍ରଧାନ, ଖପରପଦା ସମିତି ସଭ୍୍ୟ ଭାରତ ବିଜୟ ଦଳାଇ ଓ ଅର୍ଜ୍ଜୁନପୁର ସରପଂଚ ସରିତା ମହାନ୍ତି ଏନେଇ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଥିଲେ। କେଶ୍ ନଂ ୫୭୧/୨୦୨୫ରେ ହୋଇଥିବା ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ଆର. କେ. ପଟ୍ଟନାୟକ ପ୍ରକଳ୍ପ କାମ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ସଂପର୍କରେ ଧାମନଗର ବିଡିଓ, ଭଦ୍ରକ ଜିଲ୍ଲାପାଳ ଓ ଭଦ୍ରକ ଜିଲ୍ଲା ମୁଖ୍୍ୟ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଜଣାଇ ଦିଆଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଧାମନଗର ବ୍ଲକର ବିଭିନ୍ନ ପଂଚାୟତରେ କାମ ଚାଲିଛି। ବିଶେଷ କରି ମୁସ୍ତଫାପୁର, ଦୋବଲ, ସୋହଡ଼ା ପଂଚାୟତରେ ଅଧିକାଂଶ ସ୍ଥାନରେ କାମ ଚାଲିଥିବା ଦେଖିବାକୁ ମିଳିଛି। ସେପଟେ ଏଭଳି ଅଭିଯୋଗକୁ ଧାମନଗର ବିଡିଓ ବନବିହାରୀ ଦିନ୍ଦା ଅସ୍ୱୀକାର କରିଛନ୍ତି ଏପରି ଅଭିଯୋଗ ମୋ ପାଖକୁ ଆସି ନାହିଁ ବୋଲି ସେ କହିଛନ୍ତି।
SOURCE: ODIA PUA