Source :- ODIA PUA
ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ଯୁବ ଗାଳ୍ପିକ ସମାବେଶରେ କାନ୍ତ ମାଟିର ପରିଚିତ ଯୁବ ଗାଳ୍ପିକ ସମ୍ବାଦ ସାହିତ୍ୟ ଘର ତିହିଡି ଶାଖାର ସମ୍ପାଦକ କୈଳାସ ବେହେରା ଏହି ସମ୍ବିଳନୀ ରେ ମଞ୍ଚାସୀନ ରହିବା ସହ ଏକାଡେମୀ ପକ୍ଷରୁ ସମ୍ମାନିତ ହୋଇଥିଲେ। ତାଙ୍କର ଅନେକ ଗଳ୍ପ ଓଡିଶା ର ବିଭିନ୍ନ ପ୍ରମୁଖ ପତ୍ର ପତ୍ରିକା ରେ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି। ଉଭୟ ସାହିତ୍ୟ ଓ ସମାଜସେବା ରେ ସେ ରୁଚି ରଖିଛନ୍ତି। ୨୦୧୬ ମସିହାରେ “କାଦମ୍ବିନୀ’ ଯୁବ ଗାଳ୍ପିକ ଭାବେ ସମ୍ବର୍ଦ୍ଧିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡ଼ଃ ମିହିର କୁମାର ସାହୁ, ବିଶିଷ୍ଟ ଗାଳ୍ପିକ ଡ଼ଃ ଅରବିନ୍ଦ ରାୟ, ସାହିତ୍ୟିକା ଡ଼ଃ ହୀରାନ୍ମୟୀ ମିଶ୍ର, ନାଟ୍ୟକାର ଶରତ ଆଚାର୍ଯ୍ୟ, ଗାଳ୍ପିକ ଅମରେଶ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ଉଦଘାଟନ କରିବାସହ ଯୁବ କଥାକାର ମାନଙ୍କୁ ପ୍ରେରଣା ଭରା ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡିଶା ସାହିତ୍ୟ ଏକାଡେମୀ ସଚିବ ଡ଼ଃ ଚନ୍ଦ୍ରଶେଖର ହୋତା ସ୍ୱାଗତ ଭାଷଣ ଦେବା ସହ ଗଳ୍ପର ସଂଜ୍ଞାକୁ କିପରି କଥାକାର ମାନେ ପ୍ରାଧାନ୍ୟ ଦେଇପାରିଛନ୍ତି ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଯୁବ ଗାଳ୍ପିକ କ୍ଷୀରୋଦ ବିହାରୀ ବିଶ୍ୱାଳ ଅଧିବେସନ କୁ ସଂଚାଳନ କରିଥିଲେ। ଯୁବ ଗାଳ୍ପିକ ବେଦ ପ୍ରକାଶ ନାୟକ, କବି ଅବିନାଶ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମାବେଶ ରେ ସାରା ରାଜ୍ୟରୁ ଅନେକ ଗାଳ୍ପିକ ଓ ଗାଳ୍ପିକା ଯୋଗଦେଇଥିଲେ।
SOURCE: ODIA PUA