Source :- ODIA PUA
ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଅବହେଳାରୁ ଅବହେଳିତ ହୋଇ ପଡିଥିବା କନିକାଦ୍ୱୀପରେ ଆଜି ଜାତୀୟ ପତାକା ଉତୋଳନ ହୋଇ ଯାଇଛି। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପବିତ୍ର ୭୬ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ଏହି ପତାକା ଉତୋଳନ ହୋଇଛି। କେନ୍ଦ୍ର ସରକାରଙ୍କ ଭାରତୀୟ ନେଭି ଏବଂ ରାଜ୍ୟ ସରକାରଙ୍କ ମେରାଇନ ପୁଲିସ ଏବଂ ମତ୍ସ୍ୟ ବିଭାଗର ସାଗରମିତ୍ରଙ୍କ ସହଯୋଗରେ ଏହା ଅନୁଷ୍ଠିତ ହୋଇଯାଇଛି। ଧାମରା ଅଂଚଳରେ ୮ରୁ ଅଧିକ ଦ୍ୱୀପ ଆଜି ଭଳି ଦିନରେ ଅବହେଳିତର ଶିକାର ହେଉଥିବା ଖବର କେନ୍ଦ୍ର କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ପାଖରେ ପହଂଚିବା ପରେ ଗୃହ ବିଭାଗର ନିର୍ଦ୍ଦେଶ କ୍ରମେ ଉପକୂଳ ଅଂଚଳର ତଥା ରାଜ୍ୟ ସରକାରଙ୍କ ଅବହେଳାର ଶିକାର ହେଉଥିବା ସମସ୍ତ ଦ୍ୱୀପକୁ ଏହି ଅଧିକାରୀ ମାନେ ଯାଇ ସମସ୍ତ ତଥ୍ୟ ସଂଗ୍ରହ କରିବା ସହ ସରକାରଙ୍କୁ ଅବଗତ କରାଇବା ହେବେ ଏଥିସହ ଏହି ସମସ୍ତ ଦ୍ୱୀପକୁ ସରକାର ନିଜ ହେପାଜତକୁ ଆଣିବା ସହ ଆଗାମୀ ଦିନରେ କିପରି ଏହି ଦ୍ୱୀପ ପୁଞ୍ଜ ଲୋକାଭିମୁଖୀ ହୋଇ ପାରିବ ସେ ନେଇ କେନ୍ଦ୍ର ସରକାର ବହୁ ଯୋଜନା ହାତକୁ ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ନେଭିର କିଛି ଅଫିସର ଆସି ଧାମରା ମେରାଇନ ଥାନାଧିକାରୀଙ୍କ ସହ ଯୋଗାଯୋଗ କରି ଏକ ସ୍ପିଡ ବୋଟରେ ଯାଇ କନିକା ଦ୍ୱୀପରେ ପହଂଚିଥିଲେ। ପରେ ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫଟୋ ଚିତ୍ର ଥାଇ ଏକ ବୋର୍ଡ ଲଗାଇବା ସହ ଧାମରା ମେରାଇନ ଥାନାଧିକାରୀ ତୁସୀଲ ମାଝୀ ଭାରତୀୟ ପତାକା ଉତୋଳନ କରିଥିଲେ। ଆଜିର ଏହି ପତାକା ଉତୋଳନ ସମୟରେ ସାଗରମିତ୍ର ଶ୍ରୀକୃଷ୍ଣ ବେହେରା, ବିଜୟ ମାଝୀ, ଅଜୟ ବେହେରା ଙ୍କ ସମେତ ଭାରତୀୟ ନେଭିର ଅଫିସର ଏବଂ ସାମୁଦ୍ରିକ ଥାନାର କର୍ମଚାରୀ ମାନେ ଉପସ୍ଥିତ ଥିଲେ।
SOURCE: ODIA PUA