Source :- ODIA PUA
ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ ଗେଲପୁର ପଂଚାୟତର ସାମରାଇପୁରସ୍ଥିତ ଗ୍ରୀଡ୍ ନିକଟରେ ଥିବା ଏକ ଜବରଦଖଲକୁ ତହସିଲଦାର ଉଚ୍ଛେଦ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଏହି ସ୍ଥାନରେ ଜିଲା ପ୍ରଶାସନ ପକ୍ଷରୁ ହୋଇଥିବା ନିଷ୍ପତି କ୍ରମେ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ମାଣ ହେବ। ମାତ୍ର ଏଠାରେ ଦୀର୍ଘବର୍ଷ ହେବ ଏକ ଟାୟାର ରିପ୍ୟାରିଂ ସପ୍ ନିର୍ମିତ ହୋଇଛି। ଫଳରେ ଜିଲା ଶ୍ରମ କାର୍ଯ୍ୟାଳୟ ନିର୍ମାଣରେ ପ୍ରତିବନ୍ଧକ ହୋଇଥିବା ଏହି ଦୋକାନଟିକୁ ଆଜି ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ, ରାଜସ୍ୱ ପର୍ଯ୍ୟବେକ୍ଷକ ଜ୍ୟୋତିରଂଜନ ପଣ୍ଡା, ସଦର ରାଜସ୍ୱ ନିରୀକ୍ଷକ ଶରତ କୁମାର ମହାନ୍ତି ଓ ଲାଇସେନ୍ସ ସର୍ଭେୟର ସୁବାଷ ପଲେଇ ପ୍ରମୁଖଙ୍କ ଉପସ୍ଥିତିରେ ଉଚ୍ଛେଦ କରିଛନ୍ତି।
SOURCE: ODIA PUA