Source :- ODIA PUA

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାସ୍କେଟବଲ ଏକାଡେମୀ ଅନୁକୁଲ୍ୟ ରେ ପ୍ରଶିକ୍ଷକ ମନୋଜ କୁମାର ସାହୁ ଙ୍କ ତତ୍ୱାବଧାନରେ ମେ ୬ ରୁ ଗ୍ରୀଷ୍ମ କାଳୀନ ବାସ୍କେଟବଲ ପ୍ରଶିକ୍ଷଣ ଶିବିର ଭଦ୍ରକ କଲେଜ ବାସ୍କେଟବଲ୍ କୋର୍ଟରେ ଆରମ୍ଭ ହୋଇଛି । ଏହି ଶିବିର ରେ ବିଭିନ୍ନ ବିଦ୍ୟାଳୟ ରୁ ମୋଟ୍ ୩୮ ଜଣ ପ୍ରଶିକ୍ଷାର୍ଥଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।ଏହି ପ୍ରଶିକ୍ଷଣ ଶିବିର ଟି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଶିବିର ରେ ଖେଳାଳି ମାନଙ୍କର ମାନସିକ ଓ ଶାରିରୀକ ଅଭିବୃଦ୍ଧି ବଢିବା ସଙ୍ଗେ ସଙ୍ଗେ ସେମାନେ କିପରି ରାଜ୍ୟ ସ୍ତରରେ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ପ୍ରଶିକ୍ଷକ ମନୋଜ କୁମାର ସାହୁ ପ୍ରକାଶ କରିଛନ୍ତି।

SOURCE: ODIA PUA