Source :- ODIA PUA

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ବ୍ଲକ ଅନ୍ତର୍ଗତ ମାଲପୁର ମୌଜାର ଦେବେନ୍ଦ୍ର ବେହେରା ଓ ତାଙ୍କର ପରିବାର ଦୀର୍ଘ ଦିନରୁ ନିଜ ଜାଗା ୧୨୯ ପ୍ଲଟରେ ଦଖଲ କରି ଆସୁଥିଲେ। କିନ୍ତୁ ସେହି ପ୍ଲଟ ଉପରେ ବିବାଦ ଚାଲି ଥିବାବେଳେ ଏହାକୁ ଚଂଚକତା କରି ପୁନି ମୁଦୁଲି, କୁନି ମୁଦୁଲି, କୁନି ସାହୁ ପ୍ଲଟକୁ ଅଲଗା ନାମକୁ ନେଇଯାଇଥିଲେ। ଏହାକୁ ବିରୋଧ କରି ତିହିଡି଼ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିଲେ ଦେବେନ୍ଦ୍ର ଓ ତାଙ୍କ ପରିବାର ବର୍ଗ। କିନ୍ତୁ ତିହିଡି଼ ତହସିଲରୁ କୌଣସି ନ୍ୟାୟ ନ ମିଳିବାରୁ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର ଦେବା ସହ ନ୍ୟାୟ ଭିକ୍ଷା କରିଛନ୍ତି। ଯଦି ଆଗାମୀ ଦିନରେ ତାଙ୍କ ପରିବାରକୁ ନ୍ୟାୟ ନ ମିଳେ ସେମାନେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାର ଚେତାବନୀ ଦେଇଛନ୍ତି।

SOURCE: ODIA PUA