Source :- ODIA PUA
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତରେ ଚାଷୀଙ୍କୁ ମୋ ପୋଖରୀ ଯୋଜନା ରେ ୧ ଲକ୍ଷ ୬୬ ହଜାର ଏଷ୍ଟିମେଂଟ କରା ଯାଇ ଚାଷୀ ଅଜୟ ମଲିକଙ୍କୁ ଧାମନଗର ପଂଚାୟତ ସମିତି ପକ୍ଷରୁ କାର୍ଯ୍ୟ କରିବାପାଇଁ ନିର୍ଦ୍ଧେଶ ଦିଆଯାଇଛି । ସେଥି ମଧ୍ୟରୁ ୧ ଲକ୍ଷ ୫୦ ହଜାର ଟଙ୍କା ରେ ବିଲ ପାଇଁ ପ୍ରସ୍ତୁତି ହୋଇଛି ଏବଂ ୨୪ ଜଣ ଶ୍ରମିକ ଙ୍କ ବ୍ୟାଙ୍କ ଖାତା କୁ ଟଙ୍କା ଯିବ । ମାତ୍ର ଉକ୍ତ ପୋଖରୀ ଟି ଗେଙ୍ଗୁଟି ନଦୀ ଭିତରେ କରାଯାଉଛି ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ବେଳେ ଏନେଇ ବ୍ଲକ ରେ କେହି ଅଭିଯୋଗ କରିନାହାନ୍ତି । ଏହା ନଦୀ ଭିତରେ ରେ ନୁହ ଆମ ଚାଷ ଜମିରେ ଓ ନିଜସ୍ୱ ଜାଗାରେ ପୋଖରୀ ଖୋଳା ହେଉଛି ବୋଲି ଅଜୟ ମଲିକ କହିଛନ୍ତି । ଏ ସଂପର୍କ ରେ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ଗୋବିନ୍ଦ ସାମଲ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ପୋଖରୀ ଖୋଳି ବାରେ କୌଣସି ଦୁର୍ନୀତି ହୋଇନାହିଁ । ଆବଶ୍ୟକ କାଗଜପତ୍ର ରଖାଯାଇ କାର୍ଯ୍ୟ ହୋଇଛି । ଏ ନେଇ ମଧ୍ୟ ବ୍ଲକ ରୁ ବିଡ଼ିଓ ,ସହକାରୀ ଯନ୍ତ୍ରୀ କାର୍ଯ୍ୟ ର ତଦନ୍ତ କରିଛନ୍ତି । ତେବେ ଏ ନେଇ ଦୁର୍ନୀତି ସଂପର୍କ ରେ କେହିବି ଅଭିଯୋଗ କରିନାହାନ୍ତି । ତେବେ ୍ୱବଦନାମ କରିବା ପାଇଁ ଏପରି ଚକ୍ରାନ୍ତ କରାଯାଉଛି ବୋଲି କନିଷ୍ଠଯନ୍ତ୍ରୀ ଶ୍ରୀ ସାମଲ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ।
SOURCE: ODIA PUA