Source :- ODIA PUA

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ସ୍ନାତକ ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ମହାବିଦ୍ୟାଳୟ ପରିସରରେ ଦିଆଯାଇଛି । ସଭା ମୁଖ୍ୟ ଅଧ୍ୟାପିକା ଅମିତା ଦାସଙ୍କ ପୌରୋହିତ୍ୟ ରେ ଏହି ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଅଜୟ କୁମାର ବେଜ ମୁଖ୍ୟଅତିଥି, ଅଧ୍ୟାପକ ସଞ୍ଜୟ କୁମାର ପଣ୍ଡା ମୁଖ୍ୟବକ୍ତା ଓ ଅଧ୍ୟାପିକା ବାସ୍ତବିକା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂପ୍ରତିକ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପୂର୍ବକ ଛାତ୍ରଛାତ୍ରୀମାନେ ନିଜ ଜୀବନର ଲକ୍ଷ୍ୟକୁ ନେଇ ଆଗେଇବାକୁ ପରାମର୍ଶ ଦେଇଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଅମିତା ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ଭାଗବତ ଗୀତାରେ ଦିଆଯାଇଥିବା ଉପଦେଶ କୁ ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ । ବିଭାଗୀୟ ଛାତ୍ରୀ ଶୁଭ୍ରଜ୍ୟୋତି ମହାଳିକ ଅତିଥିଙ୍କୁ ମଂଚ ଆମନ୍ତ୍ରଣ କରିଥିଲେ । ଏହି ଅବସରରେ ପୁରାତନ ଛାତ୍ର ସମସ୍ତେ ନିଜ ନିଜର ଅଭିଜ୍ଞତା ଆଦାନ ପ୍ରଦାନ କରିବା ସହ କଲେଜରେ ବିତିଥିବା ସ୍ମରଣୀୟ ମୁହୂର୍ତକୁ ପୁନଃ ସ୍ମରଣ କରିଥିଲେ । ଦ୍ୱିତୀୟ ଓ ପ୍ରଥମ ବର୍ଷର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ସଫଳ ଆୟୋଜନରେ ସହଯୋଗ କରିଥିଲେ । ଶେଷରେ ଛାତ୍ର ଶ୍ରୀହରି ବିଷ୍ଣୁ ଚରଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

SOURCE: ODIA PUA