Source :- ODIA PUA
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଖୁଆପଦା ଜଳ ସଂପଦ ବିଭାଗ ଅଧୀନରେ ଥିବା ହାଇଲେବଲ୍ କେନାଲ ତଳେ ଯାଇଥିବ ପର୍ବତୀ ସାଇଫନଟିର ଜଳ ନିଷ୍କାସନ ପଥ ଦଳ ଓ ବରୁହରେ ଭର୍ତି ହୋଇ ଅଛି । ପ୍ରାୟ ୧୦ ଟି ପଂଚାୟତର ବର୍ଷା ଓ ବିଭିନ୍ନ କେନାଲ ନିକଟରେ ଥିବା ଏକ ଛତୁ କାରଖାନାର ବର୍ଜ୍ୟ ଦୂଷିତ ପାଣି ଯାଇଥାଏ । ପାଣି ସ୍ଥିର ହୋଇ ରହିଥିବାରୁ ଫ୍ୟାକ୍ଟ୍ରି ଜଳ ମିଶି ଦୂଷିତ କରୁଛି । ଏହି ଦୂଷିତ ଜଳ କୁ ଗାଈ ଗୋରୁ ମାନେ ପିଉ ଛନ୍ତି । ଏତତ୍ ଭିନ୍ନ ପାଖରେ ଆଦିବାସୀ ସାହି ଥିବାରୁ ଦୈନଦିନ କାର୍ଯ୍ୟରେ ଏହି ଜଳଛ ସଂସ୍ପର୍ସରେ ଆସି ଚର୍ମ ରୋଗରେ ଶିକାର ହେଉଛନ୍ତି । ମାତ୍ର ୪ କି,ମି, ଦୂରରେ ଜଳସମ୍ପଦ ବିଭାଗର ଏସଡିଓଙ୍କ କାର୍ଯ୍ୟାଳୟ ଥିବା ବେଳେ କିପରି ଦୃଷ୍ଟି ପଡୁନାହିଁ ପରିତାପର ବିଷୟ ପାଲଟିଛି ।
SOURCE: ODIA PUA