Source :- ODIA PUA
ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତି ବର୍ଷ ପରି ଭଦ୍ରକ ବାସ୍କେଟବଲ ଏକାଡେମୀ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ବାସ୍କେଟ ବଲ ଖେଳର ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର କୋଚ୍ ମନୋଜ କୁମାର ସାହୁ ଙ୍କ ତତ୍ୱାବଧାନରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ର ବାସ୍କେଟ ବଲ୍ କୋର୍ଟ ରେ ଉଦଯାପିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିର ଟି ୪ ମଇ ରୁ ଆରମ୍ଭ ହେଇଥିଲା, ଦିର୍ଘ ୧୫ ଦିନ ଧରି ଏହି ପ୍ରଶିକ୍ଷଣ ଶିବିର ଟି କୋଚ୍ ମନୋଜ କୁମାର ସାହୁ ଙ୍କ ତତ୍ୱାବଧାନ ରେ ୧୮ ମଇ ରବିବାର ରେ ସମାପ୍ତ ଘଟିଛି । ଏହି ଶିବିର ରେ ବିଭିନ୍ନ ବ୍ଲକ ରୁ ,ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ପ୍ରାୟ ୪୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସମାପନ ଉତ୍ସବ ରେ ଅତିଥି ଭାବରେ ଭଦ୍ରକ ଜିଲ୍ଲା ର ଅଫିସର ଇନ୍ ସ୍ପେଶାଲ୍ ଡ୍ୟୁଟି (କ୍ରିଡା ଅଧିକାରୀ) ରମେଶ ଚନ୍ଦ୍ର ମହାନ୍ତି , ବରିଷ୍ଠ ଶାରୀରିକ କ୍ରିଡା ଶିକ୍ଷକ ସଚିକାନ୍ତ ପଣ୍ଡା , ଅବସର ପ୍ରାପ୍ତ ଆଇ ପି ଇ ରାଜେନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷାର୍ଥୀ ଙ୍କୁ ମାନପତ୍ର ପ୍ରଦାନ କରି ତାଙ୍କର ମନୋବଳ ଦୃଢ଼ କରିବା ସହିତ ରାଜ୍ୟ ଓ ଜାତୀୟ ସ୍ତରରେ ଭଲ ଖେଳ ପ୍ରଦର୍ଶନ କରିବା ପାଇଁ ଉତ୍ସାହ ଦେଇଥିଲେ ।
SOURCE: ODIA PUA