Source :- ODIA PUA

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶେଷରେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ମାତ୍ର ଜଣେ କନିଷ୍ଠଯନ୍ତ୍ରୀ । ୧୦ ହଜାର ଟଙ୍କା ଲାଂଚ ନେଉଥିବା ସମୟରେ ରେଡହ୍ୟାଣ୍ଡରେ ମାଡି ବସିଲା ଭିଜିଲାନ୍ସ ଟିମ । ଏମିତି ଘଟଣା ବାସୁଦେବପୁର ପଂଚାୟତ ସମିତି ଅଧିନ ବ୍ରାହ୍ଣଣଗାଁ ପଂଚାୟତର ଘଟଣା ବୋଲି ଜାଣିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ପଂଚାୟତ ସମିତିରେ କନିଷ୍ଠଯନ୍ତ୍ରୀ ଭାବରେ ଅଶୋକକୁମାର ଦାସ ବ୍ରାହ୍ମଣଗାଁ ପଂଚାୟତ ଦାୟିତ୍ୱରେ ରହିଥିଲେ । କେତେଗୋଟି ପଂଚାୟତ ଗୁଡିକରେ ପୁରୁଣା କାମକୁ ଦେଖାଇ ବିଲ କରାଇଦେବା, ଆବାସ ଯୋଜନାରେ ବ୍ୟାପକ ଘୋଟାଲାକୁ ନେଇ ବେଶ ହଟଚମଟ ସୃଷ୍ଟି ହୋଇଥିବା ବେଳେ ମନରେଗା ଯୋଜନା ପଂଚାୟତ ସମିତିରେ ବ୍ୟାପକ ଜାଲିଆତି ହୋଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଏହିକ୍ରମରେ ପୋଖରୀ ପୁନଃରୁଦ୍ଧାର ଓ ମାର୍କେଟ କଂପ୍ଲେକ୍ସ ବିଲ କରାଇଦେବାକୁ କହି ନିୟୁଇଣ୍ଡିଆସାହିଠାରେ ଥିବା ଭଡା ଘରେ ଚାଲିଥିଲା ଡିଲ । ଏହି କ୍ରମରେ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଂଚ ନେଉଥିବା ସମୟରେ ପୁର୍ବ ଯୋଜନା ମୁତାବକ ସେଠାରେ ଛକିବସିଥିବା ଭିଜିଲାନ୍ସ ଟିମ ମାଡି ବସିଥିଲା ।

SOURCE: ODIA PUA