Source :- ODIA PUA
ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ବାସୁଦେବପୁର ଥାନା ଅଧୀନସ୍ଥ ବେତଡାର ଏକ କେନାଲରୁ ମାଛ ଧରୁଥିବାବେଳେ ଏକ ପୂର୍ଣ୍ଣାୟବ ମଣିଷର ଗଳିତ ମୃତଦେହ ଅଖାବସ୍ତା ମଧ୍ୟରୁ ଉଦ୍ଧାର ହୋଇଛି। ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଏହି ଥାନା ଅଧୀନସ୍ଥ ବେତଡା ସ୍ଥିତ ଉତ୍କଳମଣି ସଂସ୍କୃତ ମହାବିଦ୍ୟାଳୟ ନିକଟ କେନାଲରୁ ମାଛ ଧରିବା ପାଇଁ ସ୍ଥାନୀୟ ଲୋକେ ଗତକାଲି ଠାରୁ ପମ୍ପ ଲଗାଇଥିଲେ। ଆଜି ପାଣି ଶୁଖିଯିବା ପରେ ଉକ୍ତ କେନାଲ ମଧ୍ୟରେ ଏକ ବସ୍ତାକୁ ଲୋକେ ଦେଖିବାକୁ ପାଇଥିଲେ। ଏହା ମଧ୍ୟରେ ଏକ ମଣିଷର ଗଳିତ ମୃତଦେହ ଥିବାର ଦେଖି ସେମାନେ ପୁଲିସ୍କୁ ଖବର ଦେବା ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ସହାୟତାରେ ଉକ୍ତ ବସ୍ତାକୁ ଉଦ୍ଧାର କରାଯାଇଛି। ଏବଂ ଏହି ମୃତଦେହଟି କାହାର ବୋଲି ଏପର୍ଯ୍ୟନ୍ତ ଜଣାପଡିନଥିଲେ ମଧ୍ୟ ଖୁବଶୀଘ୍ର ଉକ୍ତ ରହସ୍ୟର ପର୍ଦ୍ଦାଫାସ ହେବ ବୋଲି ପୁଲିସ୍ ଗଣମାଧ୍ୟମକୁ କହିଛି। ଏହି ଘଟଣାରେ ଏକ ମାମଲା ପୁଲିସ୍ ପକ୍ଷରୁ ରୁଜୁ ହୋଇ ତଦନ୍ତ ଚାଲୁ ରହିଥିବାର ଜଣାପଡିଛି।
SOURCE: ODIA PUA