Source :- ODIA PUA

????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡିଆ ମାନଙ୍କର ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ । ସେଥିମଧ୍ୟରୁ ସାବିତ୍ରୀ ବ୍ରତ ଅନ୍ୟତମ ପର୍ବ ଭାବେ ପରିଗଣିତ ହୋଇଥାଏ । ଏହା ହିନ୍ଦୁ ନାରୀ ମାନଙ୍କର ପରମ୍ପରା ଓ ବିଶ୍ୱାସର ପ୍ରତିକ ହୋଇଥାଏ । ଏହି ପର୍ବରେ ହିନ୍ଦୁ ସଧବା ନାରୀମାନେ ନିଜର ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ କରିଥାନ୍ତି । ପୁରାଦିନ ଉପବାସ ରଖି ବ୍ରତ ସାରିବା ପରେ ଭୋଗ ସେବନ କରିଥାନ୍ତି । ବିଭିନ୍ନ ପ୍ରକାର ଫଳକୁ ଭୋଗ ଲଗାଇଥାନ୍ତି ମହିଳାମାନେ । ଏହି ସାବିତ୍ରୀ ବ୍ରତକୁ ଆଖି ଆଗରେ ରଖି ଫଳ ଦୋକାନ,ଲୁଗା ଦୋକାନ ଓ ଟେସ୍‌ନାରୀ ଆଦି ଦୋକାନ ମାନଙ୍କରେ ଭିଡ ପରିଲକ୍ଷିତ ହୋଇଛି । ଫଳ ମଧ୍ୟରେ କଦଳୀ ଯାହାର ଡର୍ଜନ ଅନ୍ୟ ଦିନ ମାନଙ୍କରେ ୩୦ ରୁ ୪୦ ଟଙ୍କା ହୋଇଥାଏ ତାହା ଆଜିର ବଜାର ମୂଲ୍ୟ କେଜି ହିସାବରେ ୨ ଶହ ଟଙ୍କା , ସେଓ ଯାହାର ମୂଲ୍ୟ ୧୫୦ ରୁ ୨ ଶହ ହୋଇଥାଏ ତାହା ୩୫୦ ଟଙ୍କା, ଲିଚି ୨୫୦ ଟଙ୍କା ରୁ ୩୫୦ ଟଙ୍କା, ଡାଳିମ୍ବ ୩ ଶହ ରୁ ୪ ଶହ, ଅଙ୍ଗୁରୁ ୨ ଶହରୁ ୩୦୦ ଟଙ୍କା , କମଳା ୧ ଶହରୁ ୨ ଶହ , ନାସପାତି ୨ଶହ ରୁ ୩ ଶହ ଟଙ୍କା ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ବିଭିନ୍ନ ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ଫଳ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇଛି । ଯାହାକୁ କି କିଣିବା ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ପ୍ରକାଶ ଯେ ଏହି ଫଳସାମଗ୍ରୀ କୁ ଛାଡି ସାବିତ୍ରୀ ପୂଜା ଅସମ୍ପୂର୍ଣ୍ଣ ବୋଲି ହିନ୍ଦୁ ନାରୀମାନେ ମତପ୍ରକାଶ କରିଛନ୍ତି ।

SOURCE: ODIA PUA