Source :- ODIA PUA
ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରିବା ସହ ପରିବାର ପ୍ରତିପୋଷଣ ପାଇଁ ସରକାରଙ୍କ ତରଫରୁ ଇ-ରିକ୍ସା ସବୁ ଜିଲ୍ଲାମାନଙ୍କୁ ଯୋଗାଇ ଦିଆଯାଇଛି । ଆଜି ଭଦ୍ରକ ଜିଲ୍ଲାକୁ ୧୭ଟି ଇ-ରିକ୍ସା ଆସି ପହଂଚିଛି । ଜିଲ୍ଲାର ବ୍ଲକ ଓ ପୌରାଚଂଳରେ ଥିବା ୧୭ଜଣ ଦିବ୍ୟାଙ୍ଗଙ୍କୁ ଏହି ଇ-ରିକ୍ସା ବିନାଦେୟରେ ପ୍ରଦାନ କରାଯିବ । ଦିବ୍ୟାଙ୍ଗ ମାନେ ଏହି ଇ-ରିକ୍ସାକୁ ଯାତ୍ରୀ ପରିବହନ କରି ନିଜେ ରୋଜଗାରକ୍ଷମ ହେବା ଏହାର ମୂଳ ଉଦ୍ଦେଶ୍ୟ । ମହାନଦୀ କୋଲଡ୍ ଫିଲଡ୍ଙ୍କ ତରଫରୁ ଏହି ଇ-ରିକ୍ସାକୁ ରାଜ୍ୟ ସରକାରଙ୍କ ଜରିଆରେ ଜିଲ୍ଲାମାନଙ୍କୁ ଯୋଗାଇ ଦିଆଯାଇଛି । ସଂପୃକ୍ତ ଇ-ରିକ୍ସା ଗୁଡିକରେ ଦିବ୍ୟାଙ୍ଗ ହିତାଧିକାରୀମାନଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି । ସରକାରଙ୍କ ତରଫରୁ ଏଥିନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜିଲ୍ଲାରେ ଏହି ଇ-ରିକ୍ସା ପାଇଁ ୪୪ଜଣ ହିତାଧିକାରୀ ଆବେଦନ କରିଥିଲେ । ହିତାଧିକାରୀ ଚୟନ ଲାଗି ଜିଲ୍ଲାସ୍ତରରେ ଜିଲ୍ଲାପାଳ ଦିଲ୍ଲିପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଏକ ଗଠନ କରାଯାଇଥିଲା । ଏଥିରେ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଆରଟିଓ ରାମନିବାସ ସିର୍କା, ମେମ୍ବର କନ୍ଭେନର ଜିଲ୍ଲା ସାମିଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଉମାକାନ୍ତ ଜେନା ପ୍ରମୁଖ ସଦସ୍ୟ ଥିଲେ । ଶାରିରୀକ ପରୀକ୍ଷା ପରେ ଆବେଦନକାରୀ ୪୪ଜଣଙ୍କ ମଧ୍ୟରୁ ୧୭ଜଣଙ୍କୁ ଯୋଗ୍ୟ ହିତାଧିକାରୀ ଭାବେ ଚୟନ କରାଯାଇଥିଲା । ଭଦ୍ରକ ବ୍ଲକରୁ ୪ଜଣ, ବାସୁଦେବପୁର ବ୍ଲକରୁ ୩ଜଣ, ଭଣ୍ଡାରିପୋଖରୀ ରୁ ଜଣେ, ବନ୍ତ ରୁ ୨ଜଣ, ଧାମନଗର ରୁ ୨ଜଣ ଓ ତିହିଡି ରୁ ୨ଜଣ ଦିବ୍ୟାଙ୍ଗଙ୍କୁ ଚୟନ କରାଯାଇଛି । ଏହି ଦିବ୍ୟାଙ୍ଗ ମାନଙ୍କୁ ଜିଲ୍ଲାପାଳ ଏହି ଇ-ରିକ୍ସା ଗୁଡିକୁ ବଂଟନ କରିବେ ।
SOURCE: ODIA PUA