Source :- ODIA PUA

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) : ବାସୁଦେବପୁର ଟାଉନ କ୍ଲବ ଆୟୋଜିତ ଆନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗତକାଲି ଖେଳରେ ରୁଦ୍ରାଂଶୁ ଖଡଗପୁର ଓ ଜୟ ଜଗନ୍ନାଥ କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଖେଳରେ ଜୟ ଜଗନ୍ନାଥ କ୍ଲବ କଟକ ଖଡଗପୁରକୁ ୩-୨ ଗୋଲରେ ପରାସ୍ତ କରି ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଛି । ଆକ୍ରମଣାତ୍ମକ ଭଙ୍ଗୀରେ ଆରମ୍ଭରୁ ଖେଳ ଚାଲିଥିବା ବେଳେ ପ୍ରଥମାର୍ଦ୍ଧ ସୁଦ୍ଧା ଖଡଗପୁର ଦୁଇଟି ଗୋଲ କରିଥିବାରେ ସମର୍ଥ ହୋଇଥିଲା ସହ ଜୟ ଜଗନ୍ନାଥ କ୍ଲବ କଟକତିନିଗୋଟି ଗୋଲ କରିପାରିଥିଲା । ଦ୍ୱିତୀୟାର୍ଦ୍ଧ ଖେଳରେ କୈାଣସି ଗୋଲ ହୋଇପାରିନଥିଲା । ମୁଖ୍ୟଅତିଥି ଭାବରେ ବାସୁଦେବପୁର ଥାନାଧିକାରିଣୀ ଲୋପାମୁଦ୍ରା ନାୟକଙ୍କ ସମତେ ଯୁବନେତା ଉଦୟନାରାୟଣ ମଲ୍ଲିକ,ଜଗବନ୍ଧୁ ଦାସ, ବିଟୁ ଦାସ,ଅମର ନାୟକ ଓ କ୍ଲବ ସଂପାଦକ ମହେଶଚନ୍ଦ୍ର ମହାନ୍ତି ଯୋଗଦେଇଥିଲେ । ମାନସ ବିଶ୍ୱାଳ, ଗଣେଶ୍ୱର ସିଂ,ରାମଚନ୍ଦ୍ର ବେସ୍ରା,ଉତ୍ତମ ବାରିକ ଖେଳ ପରିଚାଳନା କରିଥିଲେ। ପୁର୍ବରୁ ପୁରୀ ଏକାଡେମୀକୁ ହରାଇ ରଘୁନାଥ ଫୁଟବଲ କ୍ଲବ ଖୋର୍ଦ୍ଧା ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଛି ।

SOURCE: ODIA PUA