Source :- ODIA PUA
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ବ୍ଲକ,ଗଣିଜାଙ୍ଗ ପଞ୍ଚାୟତ ହାସିନିପୁର ମଙ୍ଗଳା ପଡ଼ିଆ ନିକଟରେ ନୂତନ କରି ନିର୍ମିତ ହୋଇଥିବା ମଙ୍ଗଳାଙ୍କ ବିଗ୍ରହ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳା ମନ୍ଦିରର ଆଜି ଶେଷ ଦିବସରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଘଟ ମଣ୍ଡଳ ପୂଜା, ହୋମ, ଷୋଡଶ ଉପଚାର ପୂଜା, ମନ୍ଦିର ପୂଜା, ମାଙ୍କ ମନ୍ଦିର ପ୍ରବେଶ ପୂଜା, ଚଣ୍ଡୀ ପୂଜା, ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଉକ୍ତ ମନ୍ଦିରର ଉଦ୍ୟକ୍ତା ପଣ୍ଡିତ ବିଷ୍ଣୁମୋହନ ପଣ୍ଡା ଓ ପୂଜକ ମାଧବାନନ୍ଦ ପାଣିଗ୍ରାହୀ,ଜଗନ୍ନାଥ ପାଣିଗ୍ରାହୀ,ରାମଚନ୍ଦ୍ର ପାଣିଗ୍ରାହୀ,ଅଭିମନ୍ୟୁ ପଣ୍ଡା, ପ୍ରମୁଖ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ! ହରିଶଙ୍କର ପଣ୍ଡା,ମଧୁସ୍ମିତା ଦାଶ,କର୍ତ୍ତା କାର୍ଯ୍ୟ ତୁଲାଇ ଥିଲେ!ଏହି ଶୁଭ କାର୍ଯ୍ୟକ୍ରମରେ ଉପେନ୍ଦ୍ର ମିଶ୍ର, ଶ୍ରୀକାନ୍ତ ପଣ୍ଡା, ଭାବଗ୍ରାହୀ ପଣ୍ଡା, ସହଦ୍ୱେ ପଣ୍ଡା, ଶିବ ଶଙ୍କର ପଣ୍ଡା, ଜଗନ୍ନାଥ ରାଉତ, କାହୁ ପାଢ଼ୀ, ହରିହର ରାଉତ, ନାରାୟଣ ପଣ୍ଡା ସମେତ ଗ୍ରାମବାସୀ ସହଯୋଗ କରିଥିଲେ! ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ଯୋଗ ଦେଇ ମାଙ୍କ ଆଶିଷ କୃପା ଲାଭ କରିଥିଲେ। ଏହି ଅବସରରେ ମୂର୍ତ୍ତି କାରିଗର ଦୟାନିଧି ପ୍ରଧାନ, ମିସ୍ତ୍ରୀ ହେମନ୍ତ କୁମାର ରାଉତଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରିଶେଷରେ ସଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠାନ ହୋଇଥିଲା। ପ୍ରତିଦିନ କୀର୍ତ୍ତନ ମଣ୍ଡଳୀରେ ନାରାୟଣ ବେହେରା,ପଦ୍ମାନାଭ ଗିରି,ପ୍ରଭାତ ବେହେରା,ଅର୍ଜୁନ ଖଣ୍ଡା ସମେତ ସାଥି କୀର୍ତନ ପରିବେଷଣ କରିଥିଲେ।
SOURCE: ODIA PUA