Home national news oriya ସର୍ମ୍ପକର ସେତୁ ମୁଖପତ୍ର ଉନ୍ମୋଚନ

ସର୍ମ୍ପକର ସେତୁ ମୁଖପତ୍ର ଉନ୍ମୋଚନ

3
0

Source :- ODIA PUA

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ ରାନ୍ଦିଆ ପଶ୍ଚିମ ଭଦ୍ରକ ବରିଷ୍ଠ ନାଗରିକ ପରିଷଦର ପଚଂମ ବାର୍ଷିକ ରଜ ମହୋତ୍ସବ ଅବସରରେ ମୁଖପତ୍ର ‘ସଂର୍ପକର ସେତୁ’ଉନ୍ମୋଚିତ ହୋଇଯାଇଛି । ସଭାକୁ ଆନନ୍ଦନନ୍ଦ ଦିକ୍ଷିତ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ସ୍ୱାଇଁ ପରିଷଦର ଆଗାମୀ କାର୍ଯ୍ୟପନ୍ଥା ନେଇ ମତ ଉପସ୍ଥାପନ କରିଥିଲେ । ଉପ-ସଭାପତି ବସନ୍ତ କୁମାର ମହାପାତ୍ର, ସମ୍ପାଦକ ରାମଚନ୍ଦ୍ର ପଣ୍ଡା ବରିଷ୍ଠଙ୍କ ସମସ୍ୟା ଓ ଏହାର ସମାଧାନ ଦିଗରେ କାର୍ଯ୍ୟକୁ ଗୁରୁତ୍ୱାରୋପ କରାଯାଇଥିଲା । ସହ ସମ୍ପାଦକ ଗୌରାଙ୍ଗ ଚନ୍ଦ୍ର ବାରିକ,କୋଷାଧ୍ୟକ୍ଷ ମୋହିନୀ ମୋହନ ମହାପାତ୍ର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ । ପଦାଧିକାରୀଙ୍କ ସମେତ ଆଗାମୀ ତିନି ବର୍ଷ ପାଇଁ କାର୍ଯ୍ୟକାରୀ ସଦସ୍ୟ ପ୍ରକାଶ ମହାପାତ୍ର, ଜୟନ୍ତ ବାରିକ, କ୍ଷୀରୋଦ ମହାପାତ୍ର, ଭାବଗ୍ରାହୀ ଦାସ, ନିର୍ମଳ ବାରିକ ଓ ଦୋଳଗୋବିନ୍ଦ ଧଳଙ୍କୁ ଚୟନ କରାଯାଇଥିଲା ।

SOURCE: ODIA PUA