Home national news oriya ତିହିଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧନା

ତିହିଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧନା

3
0

Source :- ODIA PUA

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷା ମାନୋଲି ସାମଲାଙ୍କୁ ଗୁରୁବାର ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ପୂର୍ବତନ ଅଧ୍ୟକ୍ଷ ଦୀନବନ୍ଧୁ ଗହଣ ଅବସର ନେବାପରେ ନୂତନ ଅଧ୍ୟକ୍ଷା ରୂପେ ସାମଲାଙ୍କୁ ଗଣ ଶିକ୍ଷା ବିଭାଗ ନିଯୁକ୍ତ କରିଛି। ସେ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଗାହାଣଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂତନ ଅଧ୍ୟକ୍ଷା ଦାୟିତ୍ୱ ନେବାପାରେ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି। ଅଧକ୍ଷା ସାମଲା ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ବିଦ୍ୟାଳୟର ସମସ୍ତ କାର୍ଯ୍ୟ କିପରି ଭାବେ ସୂଚନାରୂପେ ହୋଇପାରିବ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।ସମ୍ବର୍ଦ୍ଧନା ସମୟରେ ଅଧ୍ୟାପକ ଡ଼. ସୁକାନ୍ତ ଚନ୍ଦ୍ର ପାଣିଗ୍ରାହୀ, ଜ୍ଞାନରଞ୍ଜନ ଭୂୟାଁ,ଜିତେନ୍ କୁମାର ପାଢ଼ୀ, ଜିତେନ୍ଦ୍ର ରାୟମହାପାତ୍ର ,ରମେଶ ଚନ୍ଦ୍ର ସାହୁ, ବିଜୟ କୁମାର ସାହୁ,ଶ୍ରୀରାମ ଦାଶ,ଦିଲ୍ଲୀପ କୁମାର ପତି ,ନିରଞ୍ଜନ ପାଢ଼ୀ, ସରୋଜ କୁମାର ବାରିକ, ଅଧ୍ୟାପିକା ନିରୁପମା ସାହୁ, ଉଷାରାଣୀ ଯେନା, ମନ୍ଦାକିନୀ ବଳ,ଅଲିଭା ଯେନା,ସମୀକ୍ଷା ଲେଙ୍କା, ଜ୍ୟୋତ୍ସ୍ନା ରାଣୀ ବିଶ୍ୱାଳ, ନିବେଦିତା ପଣ୍ଡା,ଜୟଶ୍ରୀ ମହାରଣା, ଅର୍ଣ୍ଣପୂର୍ଣ୍ଣା ରଥ, କିରାଣୀ ବିପଦ ଭଞ୍ଜନ ପତିଙ୍କ ସମେତ ରାଜେଶ ଦାସ,ସୁନୀଲ ସେନାପତି,ପିତାମ୍ବର ପାତ୍ର, ଦିବାକର ବୀର, ପ୍ରଦୀପ କୁମାର ରାଉଳ, ରମେଶ କୁମାର ବଳଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତରହି ନୂତନ ଅଧ୍ୟକ୍ଷାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

SOURCE: ODIA PUA