Home national news oriya ପ୍ରାକ୍ତନ ପ୍ରଧାନଶିକ୍ଷକ ଅନାମ ଚରଣ ପହିଙ୍କ ଉହଲୀଳା ସମ୍ବରଣ

ପ୍ରାକ୍ତନ ପ୍ରଧାନଶିକ୍ଷକ ଅନାମ ଚରଣ ପହିଙ୍କ ଉହଲୀଳା ସମ୍ବରଣ

3
0

Source :- ODIA PUA

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମଞ୍ଜୁରୀରୋଡ଼ ବାହାଦୁଲନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଅନାମ ଚରଣ ପହି ଉହଲୀଳା ସମ୍ବରଣ କରିଛନ୍ତି । ବନ୍ତ ଉଚ୍ଚ ବିଦ୍ୟାଳୟ, ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠ ସେଣ୍ଢତୀରାରେ ଶିକ୍ଷକତା କରିଥିଲେ । ସେ ୧୯୭୮ରୁ ବାହାଦୁଲନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ଯୋଗଦାନ କରି ୨୦୦୧ ମସିହାରେ ସେବା ନିବୃତ ହୋଇଥିଲେ । ବିଶେଷତଃ ଇଂରାଜୀ ସାହିତ୍ୟରେ ସେ ଜଣେ ସୁନାମଧନ୍ୟ ଶିକ୍ଷକ ଭାବେ ପ୍ରଶଂସନୀୟ ହୋଇପାରିଥିଲେ । ସ୍ୱର୍ଗତ ଅନାମ ଚରଣ ପହି ମଞ୍ଜୁରୀରୋଡ଼ ଅଂଚଳରେ ଅନନ୍ୟ କୃତୀ ଶିକ୍ଷକ ଭାବେ ବହୁ ପ୍ରତିଭାବାନ ଛାତ୍ର ସୃଷ୍ଟି କରିଛନ୍ତି । ସେ ଜଣେ ପ୍ରବୀଣ ପ୍ରବକ୍ତା ତଥା ସୌଖୀନ ରଙ୍ଗମଞ୍ଚରେ ଦକ୍ଷ ଚରିତ୍ର ଅଭିନେତା ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଜନ୍ମ ମାଟି ସୁନାଗଡ଼ିଆ ଗ୍ରାମରେ ମାନବସେବାରେ ବ୍ରତୀ ଥିଲେ । ତାଙ୍କର ମୃତ୍ୟୁରେ ଏ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

SOURCE: ODIA PUA