Home national news oriya ଭଦ୍ରକରେ ଅତିରିକ୍ତ ଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଏଲଏ-୧ ବୈଠକ

ଭଦ୍ରକରେ ଅତିରିକ୍ତ ଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଏଲଏ-୧ ବୈଠକ

3
0

Source :- ODIA PUA

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଗାମୀ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ସୁଚାରୁ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ବିଏଲଏ-୧ ବୈଠକ ଅତିରିକ୍ତ ଜିଲ୍ଲାପାଳ-କମ୍‌-ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ରବି ନାରାୟଣ ସାହୁଙ୍କ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ , ଅତିରିକ୍ତ ଉପଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ (ନିର୍ବାଚନ) ପ୍ରତିମା ନାୟକ ଉପସ୍ଥିତ ରହି ନିର୍ବାଚକ ତାଲିକା ସଂଶୋଧନ, ବିଏଲଏମାନଙ୍କ ଭୂମିକା, ଭୋଟର ତଥ୍ୟ ଯାଂଚ ଏବଂ ଚାଲିଥିବା ଏସଆଇଆର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର ବୁଥ୍ ସ୍ତରୀୟ ଏଜେଂଟ (ବିଏଲ୍‌ଏ-୧) ମାନଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ସମ୍ପର୍କରେ ଅବଗତ କରାଯିବା ସହ ନିର୍ବାଚକ ତାଲିକାର ସଠିକତା ଓ ସ୍ୱଚ୍ଛତା ରକ୍ଷା ପାଇଁ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଆହ୍ୱାନ କରାଯାଇଥିଲା। ବୈଠକରେ ବିଭିନ୍ନ ପ୍ରସ୍ତାବ ଓ ମତାମତ ଉପରେ ଆଲୋଚନା ହେବା ସହ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଥିଲା।

SOURCE: ODIA PUA