Home national news oriya ଭଦ୍ରକ ଜିଲ୍ଲାରେ ଏସଆଇଆର କାର୍ଯ୍ୟରେ ୮୯.୬୯% ଇଲେକ୍ଟର ଫର୍ମ ଡିଜିଟାଇଜ୍

ଭଦ୍ରକ ଜିଲ୍ଲାରେ ଏସଆଇଆର କାର୍ଯ୍ୟରେ ୮୯.୬୯% ଇଲେକ୍ଟର ଫର୍ମ ଡିଜିଟାଇଜ୍

3
0

Source :- ODIA PUA

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ପାଂଚଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଲିଥିବା ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ୨୩ ଜୁନ ୨୦୨୬ ଅପରାହ୍ନ ସୁଦ୍ଧା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜିଲ୍ଲାର ସମସ୍ତ ୧୩୨୬ ଜଣ ବିଏଲଓ ପ୍ରଶିକ୍ଷିତ ହୋଇ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଅଛନ୍ତି। ଜିଲ୍ଲାରେ ମୋଟ ୧୨,୮୪,୬୧୮ ଜଣ ମତଦାତାଙ୍କ ମଧ୍ୟରୁ ୧୨,୮୪,୪୭୫ଟି ଇଲେକ୍ଟର ଫର୍ମ ଡାଉନଲୋଡ୍ କରାଯାଇଥିବାବେଳେ ସମସ୍ତ ୧୨,୮୪,୬୧୮ଟି ଫର୍ମ ବଂଟନ କରାଯାଇଛି। ଏପର୍ଯ୍ୟନ୍ତ ୧୧,୫୨,୨୦୮ଟି ଫର୍ମ ଡିଜିଟାଇଜ୍ ହୋଇଥିବାରୁ ଜିଲ୍ଲାର ଡିଜିଟାଇଜେସନ୍ ହାର ୮୯.୬୯ ପ୍ରତିଶତରେ ପହଂଚିଛି। ବିଧାନସଭା ଭିତିକ ତଥ୍ୟ ଅନୁଯାୟୀ, ଧାମନଗର ନିର୍ବାଚନମଣ୍ଡଳୀରେ ସର୍ବାଧିକ ୯୦.୯୭ ପ୍ରତିଶତ ଫର୍ମ ଡିଜିଟାଇଜ୍ ହୋଇଥିବାବେଳେ ବାସୁଦେବପୁରରେ ୯୦.୨୬ ପ୍ରତିଶତ, ଭଣ୍ଡାରିପୋଖରୀରେ ୯୦.୭୪ ପ୍ରତିଶତ, ଭଦ୍ରକରେ ୮୯.୩୩ ପ୍ରତିଶତ ଏବଂ ଚାନ୍ଦବାଲିରେ ୮୭.୨୩ ପ୍ରତିଶତ ଫର୍ମ ଡିଜିଟାଇଜ୍ କରାଯାଇଛି। ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ୧୧,୫୧,୯୮୫ଟି ଫର୍ମ ବିଏଲ୍‌ଓ ମାନଙ୍କ ଦ୍ୱାରା ଯାଂଚ କରାଯାଇଥିବାବେଳେ କେବଳ ୨୦୭ଟି ଫର୍ମ ମତଦାତାଙ୍କ ଦ୍ୱାରା ଦାଖଲ ହୋଇ ଯାଂଚ ଅପେକ୍ଷାରେ ରହିଛି। ଏଓଆଇଆର କାର୍ଯ୍ୟକ୍ରମକୁ ଏଇଆରଓ ମାନଙ୍କ ତତ୍ୱାବଧାନରେ ତ୍ୱରାନ୍ୱିତ ଭାବେ ଆଗେଇ ନିଆଯାଉଛି।

SOURCE: ODIA PUA