Home national news oriya ବିଟିପୁରରେ ବିଜେପିର ସାଂଗଠନିକ ବୈଠକ

ବିଟିପୁରରେ ବିଜେପିର ସାଂଗଠନିକ ବୈଠକ

3
0

Source :- ODIA PUA

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବିଟିପୁର ପଂଚାୟତ ଗଡସାହି ନିତ୍ୟାନନ୍ଦ ନିବାସ ଠାରେ ବିଜେପିର ସାଂଗଠନିକ ସଭା ଅନୁଷ୍ଠିତ ହୋଇଛି । ମଣ୍ଡଳ ଉପ-ସଭାପତି ହେମନ୍ତ ସିଂହଙ୍କ ଆବାହକତ୍ୱରେ ଏହା ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ କାର୍ଯ୍ୟକର୍ତା କୈଳାସ ଚନ୍ଦ୍ର ଧଳ,ରାଜିବ ଲୋଚନ ରାୟ, ବାବୁରାମ ବେହେରା , ଉଦୟ ମହତାବ, ବିଶ୍ୱନାଥ ସିଂହ,ବୁଥ୍ ସମ୍ପାଦକ ପ୍ରଶନ୍ନ ପାତ୍ର, ଦ୍ରୌପଦୀ ସିଂହ, ଜୟନ୍ତୀ ସିଂହ, ରିତା ମହତାବ, ବାସନ୍ତି ସିଂହ, ସାବିତ୍ରୀ ସିଂହ ପ୍ରମୁଖ ଯୋଗଦେଇ ପଂଚାୟତରେ ବିଜେପି ସଂଗଠନକୁ ସୁଦୃଢ କରିବା ନେଇ ପରାମର୍ଶ ଲୋଡା ଯାଇଥିଲା । ଏଥିସହ ଉନ୍ନୟନ ମୁଳକ କାର୍ଯ୍ୟର ଅଗ୍ରଗତି, ଏସଆଇଅର କାର୍ଯ୍ୟର ସମୀକ୍ଷା ନେଇ ବିଷଦ ଆଲାଚନା କରାଯାଇଥିଲା । ମଣ୍ଡଳ ଉପସଭାନେତ୍ରୀ ଅଧ୍ୟାପିକା ପ୍ରତିମା ସାହୁ, ମଦନ ମୋହନ ଦାଶ ଓ ବରିଷ୍ଠ ନେତୃତ୍ୱ ଗୋଲକ ପୃଷ୍ଟି ନିଜ ନିଜର ବକ୍ତବ୍ୟରେ ବିଜେପି କାର୍ଯ୍ୟକର୍ତା ମାନେ ସରକାରଙ୍କର ଗରିବ କଲ୍ୟାଣ ଯୋଜନାକୁ ଗ୍ରାମାଂଚଳରେ ଥିବା ଲୋକ ମାନଙ୍କ ପାଖରେ ପହଂଚାଇବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ପକ୍ଷ ପାଳନ ସହ ପ୍ରଧାନମନ୍ତ୍ରୀଙ୍କ ମନକିବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ । ନିତ୍ୟାନନ୍ଦ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

SOURCE: ODIA PUA