Home national news oriya ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରତ୍ୟାହାର ଦାବିରେ ଏସୟୁସିଆଇ (ସି )ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରତ୍ୟାହାର ଦାବିରେ ଏସୟୁସିଆଇ (ସି )ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

3
0

Source :- ODIA PUA

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ଓ ଅବୈଜ୍ଞାନିକ ପାଠ୍ୟ ପୁସ୍ତକ ପ୍ରତ୍ୟାହାର ଦାବିରେ ଏସୟୁସିଆଇ (ସି) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ତ୍ରୁଟି ଶୂନ୍ୟ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ଓ ଚଳିତ ବର୍ଷପାଇଁ ପୁରୁଣା ପାଠ୍ୟ ପୁସ୍ତକ ପ୍ରଚଳନ ଦାବି ମଧ୍ୟ କରିଛନ୍ତି। ଏସୟୁସିଆଇ (କମୁନିଷ୍ଟ )ପାର୍ଟି ର ରାଜ୍ୟ ସ୍ତରୀୟ ଦିବସ ପ୍ରତିବାଦ ଦିବସ ଉପଲକ୍ଷେ ଜିଲା କମିଟି ପକ୍ଷରୁ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଦ୍ରକ ଜିଲ୍ଲା ସମ୍ପାଦକ ରମେଶ ନାୟକ,ଜିଲ୍ଲା କମିତିସଭ୍ୟ ପର୍ଶୁରାମ ଲେଙ୍କା, ସୂର୍ଯ୍ୟମଣି ଦ୍ୱିବେଦୀ, ନଳିନୀ ସାମଲ, ଅନାମ ସାମଲ, ମଦନ ମହାକୁଡ଼ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ସରୋଜ ଦତଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା କମିଟିର ବରିଷ୍ଟ ସଦସ୍ୟ ରାମଚନ୍ଦ୍ର ଶଙ୍ଖୁଆ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ବକ୍ତାମାନେ ସରକାର ଛାତ୍ର ଛାତ୍ରୀମାନଙ୍କର ଭବିଷ୍ୟତ କୁ ନେଇ ଖେଳୁଛନ୍ତି ବୋଲି ଅଭିଯୋଗ କରି ଏହି ପାଠ୍ୟ ପୁସ୍ତକ ଗୁଡିକ ପ୍ରତ୍ୟାହାର କରି ତ୍ରୁଟି ଶୂନ୍ୟ ଓ ବିଜ୍ଞାନ ସମ୍ମତ ପାଠ୍ୟକ୍ରମ ଚାଲୁ କରିବାକୁ ଦାବି କରିଥିଲେ।

SOURCE: ODIA PUA